ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଂଜିପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

Aug 8, 2018 - 18:00
 165
ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଂଜିପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୮/୮ (ସକାଳଖବର): ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଂଜିନିବେଶକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।୨୦୨୦ ସୁଦ୍ଧା ଓଡିଶା ଶ୍ରେଷ୍ଠ ୩ଟି ଷ୍ଟାଟ୍ ଅପ୍ ରାଜ୍ୟ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୁଧବାର ମୁମ୍ବାଇର ତାଜ୍ ହୋଟେଲ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଅବସରରେ ମୁମ୍ବାଇ ଠାରେ ଏକ ରୋଡ୍ ଶୋ ଆୟୋଜିତ ହୋଇଥିଲା । ଏହି ରୋଡ୍ ଶୋରେ ୩୦୦ କମ୍ପାନୀ ଯୋଗ ଦେଇଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ୧ ଲକ୍ଷ ହେକ୍ଟରରୁ ଉଦ୍ଧ୍ୱର୍ ଜମି ଲ୍ୟାଣ୍ଡ ବ୍ୟାଙ୍କ୍ ରେ ରହିଛି । ଓଡିଶାରେ ପୁଂଜି ନିବେଶ ପାଇଁ ସବୁ ପ୍ରକାର ସମ୍ଭାବନା ରହିଛି । ଅଳ୍ପ ଦିନ ମଧ୍ୟରେ ୨୫୦ ଟି ଷ୍ଟାଟ୍ ଅପ୍ ଇଣ୍ଡଷ୍ଟ୍ରୀ ପଂଜୀକରଣ ହୋଇସାରିଛି । ଭିତିଭୁମି ସ୍ୱରୂପ ପାରାଦ୍ୱୀପ ଭଳି ବୃହତ୍ ବନ୍ଦର ରହିଛି । ଧାମରା ବନ୍ଦର କାର୍ଯ୍ୟକ୍ଷମ ଅଛି । ରାସ୍ତା , ପାଣି ,ବିଦ୍ୟୁତ୍ .ଆଇଟି , ପ୍ରାକୃତିକ ସମ୍ପଦ ଭରପୁର ରହିଛି । ବିନିଯୋଗକାରୀଙ୍କ ପାଇଁ ଓଡିଶା ଦ୍ୱାର ସର୍ବଦା ଖୋଲା ରହିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଯାଉଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ଯୋଗ ଦେବା ପାଇଁ ଶିଳ୍ପପତି ମାନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ଦେଇଥିଲେ । ଏହି କନକ୍ଲେଭରେ ଖାଦ୍ୟ ପକ୍ରିୟାକରଣ ଓ ହସ୍ତତନ୍ତ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ ଗତଥର ମେକ୍ ଇନ୍ ଓଡିଶା ପାଇଁ ୧୨୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୭୨ ଟି କମ୍ପାନୀକୁ ସିଙ୍ଗଲ ୱଣ୍ଡୋ ମଂଜୁରୀ ମିଳିଛି ।