ମୁଖ୍ୟମନ୍ତ୍ରୀଙ୍କ ସହ ଫୋନଯୋଗ କଥା ହେଲେ ପ୍ରଧାନମନ୍ତ୍ରୀ

Aug 8, 2018 - 17:59
 218
ମୁଖ୍ୟମନ୍ତ୍ରୀଙ୍କ ସହ ଫୋନଯୋଗ କଥା ହେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୮/୮ (ସକାଳଖବର): କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲିଫୋନ ମାଧ୍ୟମରେ ରାଜ୍ୟ ସଭାର ଉପାଧ୍ୟକ୍ଷ ପଦବୀ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେବାପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏଥିପୂର୍ବରୁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏର ପ୍ରାର୍ଥୀ ହୋଇଥିବା ଜେଡ଼ିୟୁ ସାଂସଦଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।