ମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ା ଓ ଖୋର୍ଦ୍ଧା ଗସ୍ତ
ଭୁବନେଶ୍ୱର, ୨୭/୨(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଉଭୟ ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।
ରାୟଗଡ଼ା ଖଲିଗୁଡ଼ାଠରେ ମିଶନଶକ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ଭଲ କାମକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ପାଇଁ ବିନା ସୁଧରେ ଋଣ ଦେଉଛନ୍ତି । ମହିଳାଙ୍କ ନେତୃତ୍ୱ ଓ ଦକ୍ଷତା ଉଠାଇ ତାଙ୍କର ପୁରା ଭରସା ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୩୩ ପ୍ରତିଶତ ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ।
କାଳିଆ ଯୋଜନାରେ ୩୦ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି ଓ ଆହୁରି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୩୩ ପ୍ରତିଶତ ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ।
କାଳିଆ ଯୋଜନାରେ ୩୦ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି ଓ ଆହୁରି ୧୦ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କିଛି ଲୋକ ମନ୍ଦ ଉଦେ୍ଧଶ୍ୟ ରଖି ଅପପ୍ରଚାର କରୁଛନ୍ତି । କାଳିଆ ଜାରୀ ରହିବ ଓ ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲାପାଇଁ ୭୩୭.୪୨ କୋଟି ଟଙ୍କାର ୮୯ଟି ପ୍ରକଳ୍ପ ଉଦଘାଟନ କରିବା ସହିତ ୫୩୨.୫୮ କୋଟି ଟଙ୍କାର ୪୮ଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ରଖିଥିଲେ । ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଗୋଶାଳା ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ବାହିନୀର ଏକ ସମାବେଶରେ ଉଦବୋଧନ ଦେଇ ଯୁବଶକ୍ିକୁ ସେବା ମନୋଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ବିଜୁ ଯୁବ ବାହିନୀର ସଦସ୍ୟମାନେ ସେବାକୁ ଧର୍ମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ । କାଳିଆ ଯୋଜନା ଓ ମିଶନ ଶକ୍ତି ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପତା କରିଥିଲେ ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ୨୦୫ କୋଟି ଟଙ୍କାର ୮୪ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହିତ ୪୬୬ କୋଟି ଟଙ୍କାର ୬୧ଟି ପ୍ରକଳ୍ପର ଭିତିପ୍ରସ୍ତର ରଖିଥିଲେ ।