ମିଦାସ ଟଚ ଏମଡିଙ୍କୁ ମିଳିଲା ଜାମିନ

Jul 3, 2018 - 13:57
 186
କଟକ,୩ା୭(ସକାଳକବର): ମିଦାସ ଟଚ ଆସେଟ୍ସ ଆଣ୍ଡ ସିକୁ୍ୟରିଟି ଲିମିଟେଡ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ସୌଭାଗ୍ୟ କୁମାର ସାମଲଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ । ଏହି ସଂସ୍ଥା ଓଡ଼ିଶାରୁ ପ୍ରାୟ ୫୦କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ଅଭିଯୋଗକ୍ରମେ ସିବିଆଇ ୨୦୧୬ ମସିହା ଜୁଲାଇ ୨୬ତାରିଖରେ ଅଭିଯୁକ୍ତକୁ ଗୁଜୁରାଟର ବରୋଦରା ଜିଲା ଗୋତ୍ରୀ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତ ସୌଭାଗ୍ୟ ନାଁରେ ଓଡିଶା ପୁଲିସ ୨୦୧୩ ମସିହାରେ ଏହି ମାମଲା ରୁଜୁ କରିଥିଲା । ଏହାପରେ ସିବିଆଇ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରାଯାଇଥିଲା ।