ମାଛରେ ଫର୍ମାଲିନ ନାହିଁ :ସ୍ୱାସ୍ଥ୍ୟମନ୍ତ୍ରୀ

Jul 23, 2018 - 17:17
 130
ମାଛରେ ଫର୍ମାଲିନ ନାହିଁ :ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩/୭ (ସକାଳଖବର):ବଜାରରେ ବିକ୍ରି ହେଉଥିବା ମାଛରେ ବିଷାକ୍ତ ଫର୍ମାଲିନ ନାହିଁ । ପରୀକ୍ଷାଗାରରେ ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଛର ନମୁନା ଯାଞ୍ଚ ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।ରବିବାର ସୁଦ୍ଧା ୨୦ ଟି ଜିଲ୍ଲାରୁ ମୋଟ ୧୩୭ ଟି ନମୁନା ସଂଗ୍ରହ କରାଯାଇ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଆସିଥିଲା । ସେଥିରୁ ୮୯ଟି ନମୁନା ପରୀକ୍ଷା କରାଯାଇଛି ।ବାହାରୁ ବିଶେଷ କରି ଆନ୍ଧ୍ରରୁ ଆସୁଥିବା ମାଛ, ହୋଲସେଲରଙ୍କ ଗୋଦାମ ସାମେତ ଖୁରୁରା ବିକ୍ରେତାଙ୍କ ଠାରୁ ମଧ୍ୟ ଏହି ସବୁ ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ହୋଇଥିବା ୮୯ଟି ନମୁନାରେ କୌଣସିଥିରେ ଫର୍ମାଲିନ ମିଶି ନଥିବା ଜଣାପଡିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।ଓଡିଶା ବଜାରରେ ଫର୍ମାଲିନ ମିଶୁଥିବା ମାଛ ବିକ୍ରି ନେଇ ବର୍ତମାନ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଖାଦ୍ୟ ସୁରକ୍ଷା କମିଶନର ଅର୍ଚ୍ଚନା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବର୍ତମାନ ସୁଦ୍ଧା ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି