ରାଜ୍ୟପାଳଙ୍କ ଏମସ୍ ପରିଦର୍ଶନ

Jul 23, 2018 - 17:43
 129
ରାଜ୍ୟପାଳଙ୍କ ଏମସ୍ ପରିଦର୍ଶନ
ଭୁବନେଶ୍ୱର, ୨୩/୭ (ସକାଳଖବର): ସୋମବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପରିଦର୍ଶନ କରିଥିଲେ । ବିଭିନ୍ନ ୱାଡର଼୍ ବୁଲିବା ସହ ଚିକିସôାଧୀନ ରୋଗୀମାନଙ୍କ ସହ କଥାବାର୍ତା କରିଥିଲେ । ଏମ୍ସରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ସଂପର୍କରେ ପଚାର ବୁଝିଥିଲେ । ରାଜ୍ୟପାଳ ପ୍ରଫେସର ଲାଲ ଏମ୍ସରେ କାର୍ଯ୍ୟରତ ଡ଼ାକ୍ତରମାନଙ୍କ ସହ ଏକ ପୃଥକ ବୈଠକରେ ଯୋଗ ଦେଇଥିଲେ । ଉଚ୍ଚମାନର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏମ୍ସର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ରହିଛି । ଏହା ବଜାୟ ରଖିବା ସହିତ ସମର୍ପିତ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସଙ୍ଗୀତର ବିପୁଳ ଶକ୍ତି ଓ ସାମର୍ଥ୍ୟ ରହିଛି । ମଣିଷର ଦୁଃଖ ଓ କଷ୍ଟ ଲାଘବରେ ଏହା ଉପକାରୀ ସାବ୍ୟସ୍ତ ହୋଇଛି । ଚିକିସôା କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇପାରିବ । ଅନ୍ତତଃ ପ୍ରାତଃ କାଳରେ ରୋଗୀମାନଙ୍କ ପାଇଁ ମଧୁର ସଙ୍ଗୀତର ବ୍ୟବସ୍ଥା କରିବାପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏମ୍ସ ନିଦେ୍ର୍ଧଶିକା ସଂସ୍ଥାନ ସଂପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ । ନାଲ୍କୋ ସହଯୋଗରେ ଏମ୍ସ ପରିସରରେ ୨୬କୋଟି ଟଙ୍କା ବିନିଯୋଗରେ ୫୦୦ ଶଯ୍ୟାବିଶିଷ୍ଟ ଏକ ଧର୍ମଶାଳା ରୋଗୀ ତଥା ଆଟେଣ୍ଡାଂଟଙ୍କ ସୁବିଧା ନିମନ୍ତେ ନିର୍ମାଣ କରାଯାଉଛି । ସେହିପରି ଏନ୍ଟିପିସି ତରଫରୁ ବର୍ଣ୍ଣସେଂଟର ନିର୍ମାଣ କରାଯିବ । ଏମ୍ସର ସଂପ୍ରସାରଣ ନିମନ୍ତେ ଆହୁରି ଜାଗା ଦରକାର ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ନିଦେ୍ର୍ଧଶିକା ସୂଚନା ଦେଇଥିଲେ ।