ମହିଳା ସାଂସଦଙ୍କ ସହ କଥା ହେବା ଫଟୋ ଭାଇରାଲ ପରେ ମୁହଁ ଖୋଲିଲେ ଥରୁର୍

Apr 8, 2022 - 07:52
 51
ମହିଳା ସାଂସଦଙ୍କ ସହ କଥା ହେବା ଫଟୋ ଭାଇରାଲ ପରେ ମୁହଁ ଖୋଲିଲେ ଥରୁର୍
ନୂଆଦିଲ୍ଲୀ ୦୮/୦୪: ରାଜନୀତିର ଚର୍ଚ୍ଚିତ ଚେହେରା କଂଗ୍ରେସ ନେତା ଶଶୀ ଥରୁର । ସଦା ସର୍ବଦା ଲାଇମ ଲାଇଟରେ ରହିଥାନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ରାଜନୀତି ହେଉ ବା ପର୍ସନାଲ ଲାଇଫ ସୋସିଆଲ ମିଡିଆରେ ସେ ସକ୍ରିୟ । ଏବେ ପୁଣିଥରେ ସେ ଚାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ ଭିଡିଓରେ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ସହିତ ଲୋକସଭାରେ କଥା ହେଉଥିବାର ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିଲେ । ତେବେ ଏହା ପରେ ଶଶି ଥରୁର ନିଜେ ଜବାବ୍ ଦେଇଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ସେମିତି କିଛି ନାହିଁ । ମୁଁ ଓ ସୁପ୍ରିୟା ସୁଲେ କଥା ହେଉଥିଲୁ । ସୂଚନା ଥାଉକି, ଯେଉଁ ଭିଡିଓକୁ ନେଇ ଥରୁର ସୋସିଆଲ ମିଡିଆର ଚର୍ଚ୍ଚାରେ ରହିଛନ୍ତି । ଘଟମା ହେଉଛି ସେ ଓ ସୁପ୍ରିୟା ସୁଲେ ଲୋକସଭାରେ ନିଜ ନିଜ ସିଟ୍‌ରେ ବସି କଥା ହେଉଥିବାର ଦେଖିବାକୁ ମିଳିଥିଲା । ଯେଉଁ ସମୟରେ ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲା ଗୃହରେ ନିଜର ବକ୍ତବ୍ୟ ଦେଉଥିଲେ । ସେତେବେଳେ ତାଙ୍କ ପଛରେ ସୁପ୍ରିୟା ସୁଲେ ଓ ଶଶି ଥରୁର ପରସ୍ପର ସହିତ ଆଲୋଚନା କରୁଥିଲେ । ଭିଡିଓ ସାମନାକୁ ଆସିବା ପରେ ଲୋକମାନେ ଏହାକୁ ନେଇ ମଜାଳିଆ ଅନ୍ଦାଜରେ ମିମ୍ସ କରି ସେୟାର କରିଥିଲେ । ଭିଡିଓ ଭାଇରାଲ ହେବାପରେ ଥରୁର ଟ୍ୱିଟ୍ କରି କହିଛନ୍ତି । ଯେଉଁମାନେ ମୋ ଏବଂ ସୁଲେଙ୍କ ମଧ୍ୟରେ କିଛି ମୂହୂର୍ତ୍ତର କଥାବାର୍ତ୍ତାକୁ ନେଇ ପରିହାସ କରୁଛନ୍ତି । ତାଙ୍କୁ ମୁଁ କହିବାକୁ ଚାହେଁ ସେ ମୋଠାରୁ ଏକ ନୀତିଗତ ପ୍ରଶ୍ନ ପଚାରୁଥିଲେ, କାରଣ ସେ ଆଗାମୀ ବକ୍ତାଥିଲେ ।