ସ୍କୁଟିକୁ ପିଟିଲା ହାଇଓ୍ୱା ଟ୍ରକ, ଚାଳକ ମୃତ

Apr 8, 2022 - 07:54
 64
ସ୍କୁଟିକୁ ପିଟିଲା ହାଇଓ୍ୱା ଟ୍ରକ, ଚାଳକ ମୃତ
ଭୁବନେଶ୍ବର ୦୮।୦୪ : ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛ ପଟୁ ପିଟିଲା ହାଇୱା ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । କିନ୍ତୁ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଭିଡ଼ ଦେଖିବାକୁ ମିଳିଥିଲା । ଯାହାଫଳରେ ଯାତାୟତରେ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ହଟାଇଛି ।