ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

Nov 25, 2022 - 06:37
 40
ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ
ଭୁବନେଶ୍ବର: କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଏହାଛଡ଼ା ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା କରିବାକୁ ଦାବି କରି ଆଇନଜୀବୀମାନେ ଜିଲ୍ଲା ଜଜଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇଛନ୍ତି। ଏହି କାରଣରୁ କୋର୍ଟ ବାହାରେ ବିଚାରପତିମାନେ ଠିଆହୋଇଥିବାର ଦେଖିବାକୁ ମିଳିଛି।