ଏଲନ୍‌ ମସ୍କ୍‌ ମାଲିକାନା ଗ୍ରହଣ କରିବା ବେଳେ ‘ଟୁଇଟର୍‌’ ମୁଖ୍ୟାଳୟରେ ଖେଳନା ଫିଙ୍ଗି ଡିଆଁକୁଦା କରୁଥିଲେ ତାଙ୍କ ୨ ବର୍ଷିୟ ପୁଅ

Nov 25, 2022 - 06:39
 43
ଏଲନ୍‌ ମସ୍କ୍‌ ମାଲିକାନା ଗ୍ରହଣ କରିବା ବେଳେ ‘ଟୁଇଟର୍‌’ ମୁଖ୍ୟାଳୟରେ ଖେଳନା ଫିଙ୍ଗି ଡିଆଁକୁଦା କରୁଥିଲେ ତାଙ୍କ ୨ ବର୍ଷିୟ ପୁଅ
ସାନ୍‌ଫ୍ରାନ୍‌ସିସ୍‌କୋ: ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋରେ ଥିବା ଟୁଇଟର୍‌ ମୁଖ୍ୟାଳୟକୁ ଆସି ଏଲନ୍‌ ମସ୍କ୍‌ ମାଲିକାନା ଗ୍ରହଣ କରିବା ପରେ ପରାମର୍ଶଦାତାଙ୍କ ସହିତ ଆଲୋଚନାରେ ମଗ୍ନ ଥିବା ବେଳେ ତାଙ୍କ ୨ ବର୍ଷିୟ ପୁଅ ‘ଦ୍ବାଦଶ ଆସ୍‌ ଆର୍କିଞ୍ଜେଲ୍‌’ ସେଠାରେ ଖେଳନା ଫିଙ୍ଗି ଧାଁଦଉଡ଼ କରୁଥିବା କଥା ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ଲେଖିଛି: ‘ଟୁଇଟର୍‌’ର ଭବିଷ୍ୟତ ବିଷୟରେ ତାଙ୍କ ପରିକଳ୍ପନା ଉପସ୍ଥାପନ କରିବା ପାଇଁ ଅକ୍ଟୋବର ୨୭ ତାରିଖ ଦିନ ମସ୍କ୍‌ ଓ ତାଙ୍କ ଟିମ୍‌ ସଭାଗୃହରେ ଟ୍ରଷ୍ଟ୍‌ ଓ ସେଫ୍‌ଟି ଅଫିସର୍‌ ୟୋୟେଲ୍‌ ରୋଥ୍‌ଙ୍କ ସହିତ ଆଲୋଚନା କରୁଥିଲେ। ଆଲୋଚନା ଚାଲିଥିବା ବ‌େଳେ କନ୍‌ଫରେନ୍‌ସ୍‌ ହଲ୍‌ ବା ସଭାଗୃହର ଦ୍ବିତୀୟ ମହଲାରେ ଖେଳନା ସବୁ ବିଛାଡ଼ି ହୋଇ ପଡ଼ିଥିଲା ଏବଂ ମସ୍କ୍‌ଙ୍କ ୨ ବର୍ଷିୟ ପୁଅ ‘ଦ୍ବାଦଶ ଆସ୍‌ ଆର୍କିଞ୍ଜେଲ୍‌’ ଏଣେ ତେଣେ ଧାଁଦଉଡ଼ କରୁଥିଲେ। ସୂଚନାଯୋଗ୍ୟ, ଉକ୍ତ ସଭାଗୃହକୁ ‘ୱାର୍‌ ରୁମ୍‌’ ବି କୁହାଯାଏ। ସେଦିନ ଟୁଇଟର୍‌ କାର୍ଯ୍ୟାଳୟରେ ‘ହାଲୋୱିନ୍‌ ପାର୍ଟି’ ଥିବାରୁ ଅନ୍ୟ କେତେକ କର୍ମଚାରୀ ବି ସେମାନଙ୍କ ପିଲାଙ୍କୁ ନେଇ ଆସିଥିଲେ। ସମ୍ଭବତଃ ‘ହାଲୋୱିନ୍‌ ପାର୍ଟି’ରେ ଯୋଗ ଦେବାକୁ ‘ଦ୍ବାଦଶ ଆସ୍‌ ଆର୍କିଞ୍ଜେଲ୍‌’ ଆସିଥାଇ ପାରନ୍ତି। ସୂଚନାଯୋଗ୍ୟ, ୨୦୨୦ରେ ଜନ୍ମିତ ‘ଦ୍ବାଦଶ ଆସ୍‌ ଆର୍କିଞ୍ଜେଲ୍‌’ ହେଉଛନ୍ତି ଏଲନ୍‌ ମସ୍କ ଓ କାନଡୀୟ ସଙ୍ଗୀତଜ୍ଞା ଗ୍ରାଇମେଜ୍‌ଙ୍କ ପ୍ରଥମ ସନ୍ତାନ। ୨୦୨୧ରେ ବିବାହ ବିଚ୍ଛେଦ ହେବା ପରେ ଦୁହେଁ ମିଳିମିଶି ପୁଅର ଯତ୍ନ ନେଉଛନ୍ତି।