ବିଭିନ୍ନ ଦାବୀ ନେଇ ବିଡ଼ି ଶ୍ରମିକଙ୍କ ଆନେ୍ଦାଳନ
ଅନୁଗୋଳ ୨୦/୮ (ସକାଳଖବର): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବିଡ଼ି ଶ୍ରମିକମାନେ ଦୁର୍ଦ୍ଧଶାର ସମ୍ମୁଖିନ ହୋଇଛନ୍ତି । ବାରମ୍ବାର ଦାବୀ ପୂରଣ ପାଇଁ ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ଆଜି ଉପଖଣ୍ଡର ସମସ୍ତ ବିଡ଼ି ଶ୍ରମିକମାନେ ବଇଣ୍ଡା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଚନ୍ଦନନଗର ଦେଇ କଦଳୀମୁଣ୍ଡା ବିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôଥିଲେ । ସେଠାରେ ଏକ ପ୍ରତିବାଦ ସଭା ଧୃବଚରଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଏମଏସ୍ର ସଂପାଦକ ଶଶୀକାନ୍ତ ନାୟକ, ସରପଞ୍ଚ ନବକିଶୋର ସାହୁ, ସୁରେଶ ମାଝି, ଶ୍ରୀପତି ସାହୁ, ଅଙ୍ଗଦ ସାହୁ, ପ୍ରଫୁଲ୍ଲ ସାହୁ, ପୁରନ୍ଦର ସାହୁଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ବିଡ଼ି ଶ୍ରମିକ ଅଂଶଗ୍ରହଣ କରିଥିଲେ । ତାଙ୍କର ଅଭିଯୋଗ ଯେ, ସରକାର ବିଡ଼ି ଶ୍ରମିକ ମାନଙ୍କୁ ଅହେତୁକ ଅବହେଳା କରୁଛନ୍ତି । ସେମାନେ କୁଡ଼ିଆ ଘରେ ରହୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାସଗୃହ ମିଳିପାରିନି । ଅପରପକ୍ଷେ ଶ୍ରମିକଙ୍କ ପିଲାମାନଙ୍କୁ ମେଧା ବୃତ୍ତି, ବିଡ଼ି ଶ୍ରମିକଙ୍କୁ ପରିଚୟ ପତ୍ର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସଠିକ ଔଷଧ ମିଳିପାରୁନାହିଁ । ଯଦ୍ୱାରା ଶ୍ରମିକମାନେ ହଇରାଣ ହରକତ ହେଉଛନ୍ତି । ଏଣୁ ତୁରନ୍ତ ସମସ୍ତ ସୁବିଧା ଯୋଗାଇ ଦିଆନଗଲେ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପରିଶେଷରେ ୧୦ ଦଫା ଦାବୀ ପତ୍ରକୁ ବଇଣ୍ଡା ବିଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଚ ରଜନୀକାନ୍ତ ପୃଷ୍ଠିଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି