କାର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ-

Aug 18, 2018 - 14:25
 180
କାର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ-
ବାରିପଦା,୧୮/୦୮( ସକାଳଖବର): ପୁଲିସ ଚେଇଁ ଶୋଇଛି, ଲୁଟେରା ଲୁଟୁଛି । ଗତ ଜୁଲାଇ ୨୨ରେ ୫ରୁ ଅଧିକ ଏଟିଏମ ଭାଙ୍ଗି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହେବା ପରେ ପୁଣି ବାରିପଦା ସହରରେ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମୟରେ ପୁଲିସ ଜନତାଙ୍କ ଧନଜୀବନ ସୁରକ୍ଷା ଦେବା ବଦଳରେ ହାତବାନ୍ଧି ବସିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଜନଗହଳି ବ୍ୟସ୍ତବହୁଳ କଚେରୀ ପାଶ୍ୱର୍ରେ ଥିବା ପୂର୍ତ୍ତ ଓ ନଗର ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ହତା ମଧ୍ୟରୁ ବାରିପଦା ପୌର ପରିଷଦର ୱାଡର଼୍ ନମ୍ବର ୭ ଅଧିବାସୀ ବିଭାସ ଚନ୍ଦ୍ର ବେହେରା ଓରଫ ରଘୁଙ୍କ କାର କାଚ ଭାଙ୍ଗି ଦୁର୍ବୁତମାନେ ଲୁଟି ନେଇଯାଇଛନ୍ତି ଏକ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ ।