ବିଭିନ୍ନ କ୍ଷେତ୍ରରେ ଓଡିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି : ରାଜ୍ୟପାଳ
ଭୁବନେଶ୍ୱର, ୪/୨(ସକାଳଖବର): ସମାଜର ଅବହେଳିତ ଛାତ୍ର ଛାତ୍ରୀଙ୍କ ପାଇଁ ଗୋପବନ୍ଧୁ ଶିକ୍ଷା ଯୋଜନା ମାଧ୍ୟମରେ ପ୍ରତି ବିଦ୍ୟାର୍ଥି ବାର୍ଷିକ ୨୦ ହଜାର ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ଏହା ପ୍ରତ୍ୟେକ ବର୍ଷ ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ ଏହି ପରିମାଣ ଅର୍ଥ ପ୍ରଦାନ କରାଯିବ । ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ୮ଟି ମଡେ଼ଲ ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯାଇଥିଲା ବେଳେ ଆଉ ୬ଟି ନୂତନ ମଡେ଼ଲ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଯୋଜନା ରହିଛି ବୋଲି ସୋମବାର ବିଧାନସଭାରେ ଦେଇଥିବା ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି । ସାମାଜିକ ଉନ୍ନତି ପାଇଁ ଶିକ୍ଷାର ପ୍ରମୂଖ ଭୂମିକା ରହିଥିବାରୁ ରାଜ୍ୟରେ ପ୍ରାୟ ୪ ହଜାର ୩ ଶହ ଆବାସିକ ବିଦ୍ୟାଳୟ, ୬ ହଜାର ୪୦୦ ଛାତ୍ରାବାସ କାର୍ଯ୍ୟକ୍ଷମ କରି ୫ ଲକ୍ଷ ୭୦ ହଜାର ଅନୁସୂଚିତ ଜାତି, ଜନଜାତି ବର୍ଗର ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ମାନ ଶିକ୍ଷା ପ୍ରଦାନ କରାଯାଉଛି ।
ଜଙ୍ଗଲ ଜମି ଅଧିକାର ଅଧିନିୟମକୁ ମିଶନ ମୋଡର଼୍ରେ କାର୍ଯ୍ୟକାରୀ କରାଯାଇଛି । ୪.୨୨ ଲକ୍ଷ ବ୍ୟକ୍ତିଗତ ଓ ୬ ହଜାର ୪୬୭ ଗୋଷ୍ଠୀଗତ ଭୂମି ଅଧିକାର ପ୍ରଦାନ ପୂର୍ବକ ବାବଦରେ ୯.୬୮ ଲକ୍ଷ ହେକ୍ଟର ପରିମାଣ ଜମି ଯୋଗାଇ ଦେଇ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି । ୨୦୧୫ ରୁ ୨୩ ପର୍ଯ୍ୟନ୍ତ ୮ ବର୍ଷ ନିମନ୍ତେ ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ଓ ସଶକ୍ତିକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ୧ ହଜାର ୧୯ ଗ୍ରାମର ପ୍ରାୟ ୯୬ ହଜାର ପରିବାରକୁ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ୭୯୫.୪୧ କୋଟି ଟଙ୍କା ବ୍ୟବସ୍ଥା ରହିଛି । ଅଧିକ ସଂଖ୍ୟାଲଘୁ ବର୍ଗ ବସବାସ କରୁଥିବା ଗ୍ରାମ ଗୁଡ଼ିକ ପାଇଁ ୧୦୦ ଟି ବହୁମୂଖୀ ଗୋଷ୍ଠୀ ତଥା ସାଂସ୍କୃତିକ କେନ୍ଦ୍ର ମଂଜୁରୀ କରାଯାଇଛି । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ୧୦ ହଜାର ଛାତ୍ରଛାତ୍ରୀଙ୍କୁ ୧୦୦ଟି ଆବାସିକ ଗୃହ ଦେବା ପାଇଁ ମଂଜୁର ହୋଇଛି । ଯାହାଦ୍ୱାରା ସେମାନେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ । ଭାରତୀୟ ଜଂଗଲ ସର୍ବେକ୍ଷଣ ଅନୁଯାୟୀ ୨୦୦୯ରୁ ୧୦ ମଧ୍ୟରେ ୨ ହଜାର ୪୯୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଂଚଳରେ ଜଂଗଲ ବୃଦ୍ଧି କରି ରାଜ୍ୟ ଏକ ରେକଡର଼୍ ଅର୍ଜନ କରିଛି । ମହାନଦୀର ସୁରକ୍ଷା ଓ ସଂରକ୍ଷଣ ସହିତ ମହାନଦୀ, ଇବ୍ ଓ ତେଲ ନଦୀର ଉଭୟ ପାଶ୍ୱର୍ରେ ୧ କିଲୋମିଟର ସବୁଜ ବଳୟ ସୃଷ୍ଟି ପାଇଁ ସବୁଜ ମହାନଦୀ ମିଶନ ଯୋଜନା ଆରମ୍ଭ ହୋଇଛି । ରଥ ନିର୍ମାଣ ନିମନ୍ତେ କାଠ ଯୋଗାଇବା ପାଇଁ ଜଗନ୍ନାଥ ବନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ।୨୦୧୮ ଅମଳ ବର୍ଷରେ କେନ୍ଦୁପତ୍ର ସଂଗ୍ରହ ବାବଦରେ ୧୫୭.୩୭ କୋଟି ଟଙ୍କା ଓ ବୁସ୍ କଟିଂ ବାବଦରେ ୯୩.୯୨ କୋଟି ଟଙ୍କା, ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ତଥା ୨୪ ହଜାର ବନ୍ଧାଳୀଙ୍କ ମଧ୍ୟରେ ଥିବା ଦୁର୍ବଳ ଶ୍ରେଣୀର ଲୋକ (ମହିଳା) ଅଛନ୍ତି ସେମାନଙ୍କ ବ୍ୟାଙ୍କ ଓ ଡାକଘର ଜମା ଖାତାରେ ଜମା କରାଯାଇଛି । ଶାଳପତ୍ର ସଂଗ୍ରହ ଉପରେ କ୍ୱିଂଟାଲ ପ୍ରତି ରହିଥିବା ୮୬ ଟଙ୍କା ରୟାଲଟିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଯାହା ଫଳରେ ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଉପକୃତ ହେବେ ।