ବିବାହିତ ପୁରୁଷ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର

Dec 28, 2021 - 09:51
 65
ରାୟଗଡା ୨୮।୧୨: ରାୟଗଡା ସହରରେ ଜଣେ ବିବାହିତ ପୁରୁଷ ଓ ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ପୁରୁଷ ରାହୁଲ କୌଶଲ୍ୟା ଓ ନାବାଳିକା ଜଣଙ୍କ ୧୫ବର୍ଷ ବୟସର ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ନାବାଳିକା ଜଣଙ୍କ ମଙ୍ଗଳବାର ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ । ହେଲେ ସେ ଟ୍ୟୁସନ ଯାଇନଥିଲେ । ରାହୁଲଙ୍କ ଘରକୁ ସେ ଆସିଥିଲେ । ରାହୁଲଙ୍କ ଘରେ ରହିବା ପରେ ଉଭୟେ ଆତ୍ମହତ୍ୟା କରିଥିଲେ। ରାହୁଲଙ୍କ ଘରେ କେହି ନଥିବାରୁ ଘଟଣା ଜଣାପଡିନଥିଲା। ତେବେ ନାବାଳିକାଙ୍କ ପରିବାର ଲୋକ ଟ୍ୟୁସନ ଯାଇ ଖୋଜିବା ପରେ ରାହୁଲଙ୍କ ଘରକୁ ଆସିଥିଲେ। ସେଠାରେ ଉଭୟେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏହାପରେ ସାହି ଲୋକ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଠାରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।