ସୁପ୍ରିମକୋର୍ଟର ଝଟ୍‌କା ପୁଣି ଜେଲ ଯିବେ ମହିମା

Sep 18, 2018 - 11:39
 336
ସୁପ୍ରିମକୋର୍ଟର  ଝଟ୍‌କା ପୁଣି ଜେଲ ଯିବେ ମହିମା
ଭୁବନେଶ୍ୱର,୧୭/୯ (ସକାଳଖବର) ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼୍‌ର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ଓଡ଼ିଶା ହାଇକୋର୍ଟରୁ ତାଙ୍କୁ ମିଳିଥିବା ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଫଳରେ ମହିମା ମିଶ୍ରଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି । ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ସର୍ତମୂଳକ ଜାମିନ ଥିବା ଶିଳ୍ପପତି ମହିମା ମିଶ୍ର ପୁଣି ଥରେ ଜେଲ ଯିବାର ସମ୍ଭାବନା ଦେଖା ଦେଇଛି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମି ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ରଙ୍କୁ ଅକ୍ଟୋବର ୨୬ରେ ହୋଇଥିବା ମହେନ୍ଦ୍ର ସିଂହ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇ ଥିଲା। ପାରାଦୀପ ତାରିଣୀଗଡା ଗୁଳିକାଣ୍ଡ ଓ କଟକ ଖାନନଗର ବୋମାମାଡ ମାମଲାରେ ହାଇକୋର୍ଟ ମହିମା ମିଶ୍ରଙ୍କୁ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣୀ କରିଛନ୍ତି । ବିଚାରପତି ଅଭୟ ମନୋହର ସାପ୍ରେ ଓ ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ମହିମାଙ୍କ ଜାମିନ ରାୟ ଉପରେ ପୁର୍ନବିଚାର କରିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣୀ କରିଥିଲେ । ଶୁଣାଣୀ କରି ଖଣ୍ଡପୀଠ ହାଇକୋର୍ଟ ଦେଇଥିବା ପୂର୍ବ ରାୟକୁ ଖାରଜ କରିଛନ୍ତି । ଫଳରେ ମହିମା ମିଶ୍ରଙ୍କ ପାଇଁ ପୁଣି ଥରେ ଅଡ଼ୁଆ ବଢ଼ିଥିବା ବେଳେ ସେ ପୂର୍ବଭଳି ଜେଲରେ ରହିବେ ।