ବିଚାରାଧୀନ କଏଦୀର ମୃତୁ୍ୟ

Jul 31, 2018 - 20:50
 164
କେନ୍ଦୁଝର, ୩୧/୭ (ସକାଳଖବର:- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବା ଇନ୍ଦ୍ରମଣି ବାଲମୁଛଙ୍କର ଚିକିସôାଧୀନ ଅବସ୍ଥାରେ ଆଜି ଭୋର୍ ସମୟରେ ମୃତୁ୍ୟ ଘଟିଛି । ମୃତ ଇନ୍ଦ୍ରମଣି ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ୧ ବର୍ଷ ହେବ କରଞ୍ଜିଆ ଉପକାରାଗାରରେ ବିଚାରାଧିନ କଏଦୀ ଭାବେ ଜୀବନ ବିତାଉଥିଲେ । ତାଙ୍କ ଘର କରଞ୍ଜିଆ ଉପଖଣ୍ଡର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କଶାକୁଦର ଗ୍ରାମରେ ଏବଂ ତାଙ୍କ ବାପାଙ୍କ ନାମ ମୁନି ସିଂ ବୋଲି ଜଣାପଡିଛି । ଗତ କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଜଟିଳ ହେବାରୁ ଡାକ୍ତରଖାନା କର୍ତୁପକ୍ଷ ତାଙ୍କୁ କେନ୍ଦୁଝର ପଠାଇଥିଲେ । ସୋମବାର ରାତ୍ର ସାଢେ ବାରଟା ସମୟରେ ଏଠାରେ ତାଙ୍କୁ ଭର୍ତି କରାଯାଇଥିଲା । କିନ୍ତୁ ଆଜି ଭୋର ପ୍ରାୟ ୫ଟା ୨୫ ମିନିଟ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଚିକିିସôାରେ ଅବହେଳା କାରଣରୁ ତାଙ୍କର ମୃତୁ୍ୟ ହୋଇଥିବା କେତେକ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି, ଗତ ପ୍ରାୟ ୩ ମାସ ପୂର୍ବେ କେନ୍ଦୁଝର ଜେଲର ଜଣେ କଏଦୀଙ୍କର ମଧ୍ୟ ଏଠାରେ ମୃତୁ୍ୟ ହୋଇଥିଲା ।