ମଦମୁକ୍ତ ସମାଜ ଗଠନ ଦାବିରେ କିଶୋରନଗର ବ୍ଲକ ସମ୍ମୁଖରେ ବିକ୍ଷୋଭ

Oct 9, 2018 - 18:04
 228
ଅନୁଗୋଳ ୯/୧୦ (ସକାଳଖବର): ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତି ଅବସରରେ ମଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରି ଏକ ମଦମୁକ୍ତ ଓ ସୁସ୍ଥ ସମାଜ ଗଠନ ଦାବିରେ ଆଜି ଓସ୍କାପାଲି ପଞ୍ଚାୟତର ଆଞ୍ଚଳିକ ମହିଳା ମହାସଂଘ, ତାଳପଦର ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସମାବେଶ ପୂର୍ବରୁ ସ୍ଥାନୀୟ ବରପଡିଆ ଠାରେ ସର୍ବପ୍ରଥମେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଶହ ଶହ ସଂଖ୍ୟାରେ ମହିଳା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରକୁ ଧରି ଏକ ସୁଶୃଙ୍ଖଳିତ ସୁଶୋଭିତ ଶୋଭାଯାତ୍ରାରେ ବାହାରି ଉକ୍ରଳମଣି ଗୋପବନ୍ଧୁଙ୍କ ସ୍ୱପ୍ନ ମଦମୁକ୍ତ ସମାଜ ଆମର ଦାବି, ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ଉଚ୍ଛେଦ ଆମର ଦାବି, ଗାଁ ଗାଁରେ ମଦ ନୁହେଁ, ପିଇବା ପାଣି ଆମର ଦାବି ପ୍ରଭୃତି ସ୍ଲାଗୋନ୍ ମାନ ଦେଇ ବଜାର ପରିକ୍ରମା ପରେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚôଥିଲେ । ସେଠାରେ ଆଞ୍ଚଳିକ ମହିଳା ମହାସଂଘ ସଭାନେତ୍ରୀ ସରୋଜିନୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା ବାସନ୍ତି ବେହେରା, ଲିନା ପ୍ରଧାନ, ସରୋଜିନୀ ନାୟକ, ପୁଷ୍ପାଞ୍ଜଳି ପ୍ରଧାନ, ଯଶୋବନ୍ତି ପ୍ରଧାନ, ଓସ୍କାପାଲି ସରପଞ୍ଚ ସୁଷମା ମିର୍ଦ୍ଧା, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ସଭାପତି ଦୀନବନ୍ଧୁ ପ୍ରଧାନ, ରମଣୀରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ ପ୍ରମୁଖ ବକ୍ତବ୍ୟଦେଇ ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାରେ ବିଫଳ ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଗୋଟିଏ ପଟରେ ସରକାର ଜାତିର ପିତା ମହାତ୍ମାଗାନ୍ଧୀ ଓ ଉକ୍ରଳମଣି ଗୋପବନ୍ଧୁଙ୍କ ଜୟନ୍ତି ମହା ଆଡମ୍ବରରେ ପାଳନ କରୁଥିବାବେଳେ ସେମାନଙ୍କର ସ୍ୱପ୍ନ ମଦମୁକ୍ତ ସମାଜ ଗଠନ କରିବା ବଦଳରେ ମଦର ପ୍ରସାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଥିଲେ । ଓସ୍କାପାଲି ପଞ୍ଚାୟତ ସହିତ କିଶୋରନଗର ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ବଢ଼ି ·ଲିଥିବାବେଳେ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ସରକାରୀ ମଦ ଦୋକାନ ଓ ଚୋରାମଦ କାରବାର ଯୋଗୁଁ ଗାଁ ଗାଁର ସୁସ୍ଥ ସାମାଜିକ ପରିବେଶ ନଷ୍ଟ ହେଉଛି । ଅସାମାଜିକ ବ୍ୟକ୍ତିଙ୍କ ଉପôାତରେ ଅତିଷ୍ଠ ହୋଇ ମଦ ବିରୋଧି ଆନେ୍ଦାଳନ କରୁଥିବା ଆନେ୍ଦାଳନକାରୀଙ୍କୁ ସୁରକ୍ଷା ଦେବା ବଦଳରେ ମଦ ବେପାରୀଙ୍କ ସ୍ୱାର୍ଥରେ ଆନେ୍ଦାଳନକାରୀଙ୍କ ଉପରେ ମିଥ୍ୟାକେସ୍ କରି ଭୟଭୀତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ ।