ପୁତୁରାକୁ ଠେଙ୍ଗାରେ ପିଟି ହତ୍ୟା କଲା କକା

May 25, 2022 - 05:49
 61
ପୁତୁରାକୁ ଠେଙ୍ଗାରେ ପିଟି ହତ୍ୟା କଲା କକା
କେନ୍ଦୁଝର: ସାମାନ୍ୟ ବଚସାରୁ ଘଟିଲା ଜଘନ୍ୟକାଣ୍ଡ। ପୁତୁରାକୁ ଠେଙ୍ଗାରେ ପିଟି ହତ୍ୟା କଲା କକା। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳପଦା ଗାଁରୁ। ପୁଲିସ କକା ଶତ୍ରୁଘ୍ନ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ପୁତୁରାର ପରିଚୟ ମିଳିନାହିଁ। ଗତକାଲି ରାତିରେ ପୁତୁରା ମଦ ପିଇ ଆସି ଘରେ ପାଟିତୁଣ୍ଡ କରିଥିଲା। କ’ଣ ପାଇଁ ମଦ ପିଇ ଆସି ଗାଳିଗୁଲଜ କରୁଛୁ ବୋଲି ଶତ୍ରୁଘ୍ନ କହିଥିଲେ। ପରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶତ୍ରୁଘ୍ନ ଉତକ୍ଷିପ୍ତ ହୋଇ ଘର ପାଖରେ ପଡ଼ିଥିବା କେନ୍ଦୁ ବାଡ଼ି ଆଣି ପତୁରାକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ପୁତୁରାର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।