ପାରିବାର କୋର୍ଟରେ ବିଚାରପତି ଅଭାବ
କଟକ,୫ା୮(ସକାଳଖବର): ମହିଳାଙ୍କ ବୈବାହିକ ସମସ୍ୟାକୁ ନେଇ ପାରିବାରିକ ଅଦାଲତ ଆଇନ ପ୍ରଣୟନ କରାଯାଇଛି ହେଲେ ରାଜ୍ୟରେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ପରିବାର ଅଦାଲତ(ଫାମିଲି କୋର୍ଟ)ରେ ସର୍ବାଧିକ ସ୍ଥାନରେ ଜଜ ନାହାନ୍ତି । ଫଳରେ ଏହି ଅଦାଲତ ଚାଲିପାରୁନାହି କି ଯେଉଁ ଆଇନ ପ୍ରଣୟନ କରାଯାଇଥିଲା ତାହାର ଲକ୍ଷ୍ୟ ମଧ୍ୟ ସାଧିତ ହୋଇପାରୁ ନାହିଁ । ତେବେ ଏଭଳି ସମସ୍ୟାକୁ ନେଇ ଆଇନଜୀବୀ ଅନଙ୍ଗ କୁମାର ଓତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କେନ୍ଦ୍ର ସରକାର ବୈବାହିକ ବିବାଦର ସମାଧାନ ପାଇଁ ୧୯୮୪ରେ ଫ୍ୟାମିଲି କୋର୍ଟସ୍ ବିଲ୍ ଆଣିଥିଲେ । ୧୯୮୪ ମସିହା ଜୁନ୍ ମାସ ୧୪ତାରିଖରେ ଏହି ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବା ପରେ ଫ୍ୟାମିଲି କୋର୍ଟସ୍ ଆଇନ, ୧୯୮୪ କାର୍ଯ୍ୟକାରୀ ହୋଇଥିଲା । ତେବେ ଓଡ଼ିଶା ସରକାର ୧୯୮୯ ମସିହା ମେ ମାସ ୧ତାରିଖରେ ଏହି ଆଇନ କାର୍ଯ୍ୟକାରୀ କରିଥିଲେ । ବୈବାହିକ ବିବାଦର ଆପୋଷ ସମାଧାନକୁ ପ୍ରଧାନ୍ୟ ଦିଆଯିବା ସହ ତ୍ୱରିତ ନ୍ୟାୟ ପ୍ରଦାନ ଏହି ଆଇନର ଲକ୍ଷ୍ୟ ଥିଲା । ଏହି ଆଇନର ଧାରା ୩ ଅନୁସାରେ ରାଜ୍ୟ ସରକାର ହାଇକୋର୍ଟଙ୍କ ପରାମର୍ଶକ୍ରମେ ବିଭିନ୍ନ ଜିଲାରେ ପରିବାର ଅଦାଲତ ପ୍ରତିଷ୍ଠା କରି ପାରିବେ ଓ ଧାରା ୪ ଅନୁସାରେ ପରିବାର ଅଦାଲତ ପାଇଁ ବିଚାରପତି ମଧ୍ୟ ନିଯୁକ୍ତି କରିପାରିବେ । ତେବେ ଏକ ଅଦାଲତରେ ଏକାଧିକ ଜଜଙ୍କୁ ନିଯୁକ୍ତି ପାଇଁ ଧାରା ୪ରେ ବ୍ୟବସ୍ଥା ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି ଅଦାଲତରେ ପ୍ରମୁଖ ଜଜ୍ଙ୍କ ସହିତ ଜଣେ ଅତିରିକ୍ତ ଜଜଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ପାରିବ । ପ୍ରମୁଖ ଜଜଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜଜ୍ ତାଙ୍କ କ୍ଷମତା ପ୍ରୟୋଗ କରି ମାମଲାର ଶୁଣାଣି କରି ପାରିବେ । ପରିବାର ଅଦାଲତ ଜଜ ପଦବି ଏକ ଦାୟିତ୍ୱବାନ ଓ ମର୍ଯ୍ୟାଦାପୂର୍ଣ୍ଣ ପଦ ହୋଇଥିବା ବେଳେ ଆପୋଷ ବୁଝାମଣାରେ ମାମଲା ସମାଧାନର ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରଧାନ୍ୟ ଦିଆଯିବା କଥା ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଧାରା ୪(୩) ଅନୁସାରେ ଅତି କମ୍ରେ ୭ ବର୍ଷ ଧରି ଜଣେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବା କଥା । ଅନ୍ୟପକ୍ଷରେ ହାଇକୋର୍ଟରେ ଦୀର୍ଘ ୭ ବର୍ଷର ଓକିଲାତି କରିଥିବା ଅଭିଜ୍ଞ ବ୍ୟକ୍ତି ମଧ୍ୟ ପରିବାର ଅଦାଲତରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିବେ । କିନ୍ତୁ ରାଜ୍ୟରେ କେବଳ ଅନୁଭବୀ ବି·ର ବିଭାଗୀୟ ଅଧିକାରୀଙ୍କୁ ପରିବାର ଅଦାଲତରେ ବି·ରପତି ଭାବେ ନିଯୁକ୍ତି ଦିଆଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ପରିବାର ଅଦାଲତ ବି·ରପତି ନିଯୁକ୍ତି ସମୟରେ ବିବାହ ଅନୁଷ୍ଠାନକୁ ସୁରକ୍ଷିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ, ବିବାହ ସଂପର୍କିତ ବିବାଦର ଆପୋଷରେ ବୁଝାମଣା ଦ୍ୱାରା ସମାଧାନ ଓ ପିଲାଙ୍କ ମଙ୍ଗଳକୁ ପ୍ରୋତ୍ସାହନ କ୍ଷେତ୍ରରେ ଅନୁଭବ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଲାଗି ଚେଷ୍ଟା କରାଯିବା ଉଚିତ ବୋଲି ଆଇନରେ ଦର୍ଶାଯାଇଛି । କିନ୍ତୁ ଅନେକ ସମୟରେ ଉପଯୁକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ଅଭାବରୁ ଏହି କୋର୍ଟରେ ବିଚାରପତି ପଦ ଖାଲି ପଡି ରହୁଛି । ଅନ୍ୟପକ୍ଷରେ ଧାରା ୪(୩) ଅନୁସାରେ ଅନୁଭବୀ ଓକିଲଙ୍କୁ ଏହି ପଦରେ ନିଯୁକ୍ତି ଲାଗି ସୁଯୋଗ ଦିଆଯାଉନାହିଁ । ତିନି ଦଶନ୍ଧି ଧରି ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଓକିଲଙ୍କୁ ପରିବାର ଅଦାଲତ ବି·ରପତି ଭାବେ ନିଯୁକ୍ତି ଦିଆଯାଉ ନାହିଁ । ଏଥି ସହିତ ପରିବାର ଅଦାଲତ ଗୁଡିକରେ ମାମଲାର ·ପକୁ ବି·ରକୁ ନେଇ ଅତିରିକ୍ତ ବି·ରପତିଙ୍କୁ ନିଯୁକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଉ ନାହିଁ । ଫଳରେ କଟକ ସମେତ ଅନ୍ୟ କିଛି ଜିଲାରେ ଏହି କୋର୍ଟ ଚାଲିପାରୁନାହି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି କୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଇବା ସହ ଲୋକମାନେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚôତ ହେଉଛନ୍ତି ।