ଚୋରା ଶାଳକାଠ ବୋଝେଇ ମିନି ଟକ ଜବତ; ଚାଳକ ଗିରଫ

Aug 6, 2018 - 07:17
 156
ଚୋରା ଶାଳକାଠ ବୋଝେଇ ମିନି ଟକ ଜବତ; ଚାଳକ ଗିରଫ
ଅନୁଗୋଳ,୬/୮(ସକାଳଖବର): ହଣ୍ଡପା ଥାନା ଅନ୍ତର୍ଗତ ରାଣୀଭୂଇଁ ଗାଁ ନିକଟରୁ ଶନିବାର ବିଳମ୍ବିତ ରାତିରେ ଏକ ଚୋରା କାଠ ବୋଝେଇ ମିନି ଟ୍ରକ ହଣ୍ଡପା ବନ ବିଭାଗ ଜବତ କରିଛି । ଏଥିସହ ଟ୍ରକ ଚାଳକ ଜରପଡ଼ା ଥାନା କଞ୍ଜରା ଗାଁର ସୁଜିତ ପ୍ରଧାନଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟକୁ ଚାଲାଣ କରିଛି । ଟ୍ରକରୁ ୧୫୦ ଖଣ୍ଡ ଶାଳକାଠ ଜବତ କରାଯାଇଛି । ଯାହାକି ଏହାର ମୂଲ୍ୟ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ବିଭାଗ ଆକଳନ କରିଥିବା ଜଣାଯାଇଛି । ସୂଚନା ଯେ, ରେଢ଼ାଖୋଲ ଅଞ୍ଚଳରୁ ଏହି ମିନି ଟ୍ରକ (ଓଆର ୧୫ ସି- ୭୫୧୨) ଯୋଗେ ଶାଳକାଠ ବୋଝେଇ ହୋଇ ଅନୁଗୋଳ ଅଭିମୁଖେ ଯାଉଥିଲା । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇବା ପରେ ଡ଼ିଏଫ୍ଓ ସମ୍ୟକ ସାମନ୍ତରାୟଙ୍କ ନିଦେ୍ର୍ଧଶକ୍ରମେ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା, ଫରେଷ୍ଟର ଦୀପ୍ତିରଞ୍ଜନ ବିଶ୍ୱାଳ, ରଜନୀକାନ୍ତ ପଣ୍ଡା, ଫରେଷ୍ଟଗାଡର଼୍ ରାଜେଶ ମହାଖୁଡ଼, ପ୍ରବିଣ ପ୍ରଧାନ, ନରେନ୍ଦ୍ର ନାୟକ, ସତ୍ୟବାନ ପ୍ରଧାନ ପ୍ରମୁଖ ଚଢ଼ାଉ କରିଥିଲେ ।