୨ମହିଳାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

Aug 5, 2018 - 15:18
 176
୨ମହିଳାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
କଟକ,୫ା୮(ସକାଳଖବର): କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଆ ଅଞ୍ଚଳରେ ଅନ୍ଧ ବିଶ୍ୱାସକୁ ନେଇ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ୍.କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ଅଭିଯୁକ୍ତ ମହିଳାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ୨୦ ହଜାର ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅତାଲତରୁ ଜାମିନ ଯାଇପାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ତେବେ ସିଆରପିସିର ଧାରା ୪୩୭ରେ ଥିବା ବ୍ୟବସ୍ଥା ଅନୁସାରେ ଏହି ଦୁଇ ମହିଳାଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବାଲିଆରେ ଜଣେ ନାବାଳିକା ଦେହରେ ଠାକୁରାଣୀ ସବାର ହେଉଥିବା ଖବର ପାଇ କେନ୍ଦ୍ରାପଡା ପାଟକୁରା ଥାନା ଅନ୍ତର୍ଗତ ଶାସେନିପଦା ଗାଁର ସରୋଜକାନ୍ତ ନାୟକ ତାଙ୍କ ବଡ ଭଉଣୀ ରଶ୍ମିତାଙ୍କୁ ନେଇ ୨୦୧୭, ଡିସେମ୍ବର ୪ତାରିଖରେ ସେଠାରେ ପହଞ୍ଚôଥିଲେ । କିନ୍ତୁ ରଶ୍ମିତାଙ୍କ ଉପରେ ପ୍ରେତ ସବାର ହେଉଥିବା ଦର୍ଶାଯାଇ ତାଙ୍କୁ ସେଠାରେ ରଖାଯାଇଥିଲା । ୩ ଦିନ ପରେ ରଶ୍ମିତାଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ଦେହରୁ ପ୍ରେତ ଛଡାଇବା ପାଇଁ ଠାକୁରାଣୀ ଲାଗୁଥିବା ନାବାଳିକା, ନାବାଳିକାର ମା ମିନତୀ ଓ ମାଉସୀ ଜୟନ୍ତୀ ମହାପାତ୍ର ବେତରେ ବାଡେଉ ଥିଲେ ବୋଲି ଅଭିଯୋଗ ହୋଇଥିଲା । କୁଜଙ୍ଗ ଥାନା ପୁଲିସ ଏ ନେଇ ହତ୍ୟା ମାମଲା ରୁଜୁ କରିଥିଲା ।