ପତ୍ନୀ ହତ୍ୟାକାରୀ ସ୍ୱାମୀ ଗିରଫ

Mar 1, 2019 - 18:34
 223
ବାରିପଦା, ୧/୩(ସକାଳଖବର): ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ବାରିପଦା ସଦର ଥାନା ପୁଲିସ ଆଜି ଗିରଫ କରିଛି । ମୟୂରଭଞ୍ଜ ଜିଲ୍ଲା ଶାମାଖୁଂଟା ବ୍ଲକର ସିନ୍ଦୁରଗୌରା ଗ୍ରାମପଂଚାୟତ ଅନ୍ତର୍ଗତ ମାଙ୍କଡ଼ାପାଳ ଗ୍ରାମରେ ଗତ ଫେବୃଆରୀ ୨୮ ତାରିଖ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ରାତିରେ ସ୍ୱାମୀ ମଂଟୁ ନାଏକ ଓ ତା’ର ସ୍ତ୍ରୀ ଖୁଲଣା ନାଏକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ସ୍ୱାମୀ ମଂଟୁ କ୍ରୋଧିତ ହୋଇ ଏକ ଲୁହା ରଡ଼ରେ ଖୁଲଣାକୁ ପିଟିି ହତ୍ୟା କରିଥିଲା । ଆଜି ଖବର ପାଇ ବାରିପଦା ସଦର ଥାନା ପୁଲିସ ମାଙ୍କଡ଼ାପାଳ ଗ୍ରାମରେ ପହଁଚି ଖୁଲଣାର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ହତ୍ୟା ଅଭିଯୋଗରେ (କେଶ ନଂ ୧୭/୨୦୧୯) ଅନୁସାରେ ଅଭିଯୁକ୍ତ ସ୍ୱାମୀ ମଂଟୁକୁ ଗିରଫ କରିଥିବାର ଜଣାପଡ଼ିଛି ।