କଠୋର ହେଲା କମିଶନରେଟ୍ ପୋଲିସ, କଡାକଡି ହେବ କଟକଣା

Jan 7, 2022 - 08:39
 79
କଠୋର ହେଲା କମିଶନରେଟ୍ ପୋଲିସ, କଡାକଡି ହେବ କଟକଣା
ଭୁବନେଶ୍ୱର ୦୭/୦୧: ରାଜ୍ୟରେ ଦେଖାଦେଲାଣି ତୃତୀୟ ଲହର ଆଶଙ୍କା । ଦୈନିକ ନୂଆ ନୂଆ କେସ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରିକି ରାଜ୍ୟରେ କରୋନା ପାରା ବି ଉପରମୁହାଁ ହେବାରେ ଲାଗିଛି । ଏହାରି ଭିତରେ ସରକାର ନାଇଟ କର୍ଫ୍ୟୁ ଲଗାଇଛନ୍ତି । ଆଜି ରାତି ୯ଟାରୁ ଏହି ନାଇଟ କର୍ଫ୍ୟୁ କାର୍ଯ୍ୟକାରୀ ହେବ । ତେବେ ତୃତୀୟ ଲହର ମୁକାବିଲା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ପୋଲିସ ସମିଶନର । ସେ କହିଛନ୍ତି ଟ୍ଵିନ ସିଟିରେ ନିୟୋଜିତ ହେବେ ୨୫ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର । ତେବେ ଚେତାଇଦେଇ କହିଛନ୍ତି ଏଣିକ କୋଭିଡ ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋକାନ ମଲ ହୋଟେଲ ମାଲିକଙ୍କ ଦାୟିତ୍ବ କୋଭିଡ଼ ନିୟମ କିପରି ପାଳନ କରିବେ । ଯଦି ନିୟମ ଭଙ୍ଗ ହୁଏ ତାହାଲେ ୭ ଦିନ କିମ୍ବା ଅଧିକ ଦିନ ଯାଏ ଦୋକାନ ସିଲ ହେବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।