ରାଉରକେଲାରେ ୭୩୦ କୋଟିର ପ୍ରକଳ୍ପ ଉଦ୍ଘାଟିତ

Mar 1, 2019 - 18:35
 149
ରାଉରକେଲା, ୧/୩(ସକାଳଖବର): ରାଉରକେଲାରେ ଆଜି କାଳିଆ ସମାବେଶରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ୭୩୦ କୋଟି ଟଙ୍କାରେ ଆରମ୍ଭ ହେବାକୁ ଥିବା ପ୍ରକଳ୍ପର ଶୁଭଦେବା ସହ ସରିଥିବା ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଗୁଡିକର ମୂଲ୍ୟ ୭୩୦ କୋଟି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏରୋଡ୍ରମ ପଡିଆରେ ଆୟୋଜିତ ଏହି ସମାବେଶର ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ, ତାଙ୍କ ସରକାର ଗରୀବ, ମୁଲିଆ ଓ ଚାଷୀ ମାନଙ୍କ ସରକାର । ସେମାନଙ୍କର ଉନ୍ନତି ତାଙ୍କର ମୂଳ ଲକ୍ଷ । କାଳିଆ ଯୋଜନା ଆପଣ ମାନଙ୍କ ଯୋଜନା । ଏହା ସାରାଭାରତ ବର୍ଷକୁ ବାଟ ଦେଖାଇଛି । ଛୋଟ ଚାଷୀ, ଭାଗ ଚାଷୀ, ଜମୀ ନଥିବା ଚାଷୀ ଓ କୃଷୀ ଶ୍ରମିକ ସମସ୍ତଙ୍କ ଲାଗି କାଳିଆ ଯୋଜନା କରାଯାଇଛି ।ଏହି ଯୋଜନାରେ ବର୍ତମାନ ସୁଦ୍ଧା ୩୦ ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି । ଆଗାମୀଦିନରେ ଆହୁରି ୧୦ ଲକ୍ଷ ଚାଷୀଙ୍କୁ ଏଥିରେ ସାମିଲ କାରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ଚାଷୀ ପିଲା ମାନଙ୍କ ଭିତରେ ମେଧାବୀ ଛାତ୍ରଙ୍କୁ ପାଠପଢାରେ ସୁବିଧା ଦେବା ଲାଗି ସେ ବ୍ୟବସ୍ଥା କରିଥିବା କହିଛନ୍ତି । ଚାଷୀ ମାନଙ୍କୁ ଓଡିଶା ସରକାର ବିନା ସୁଧରେ ଋଣ ଦେବାର ସୁବିଧା କରିବା ସହ ମିଶନ ଶକ୍ତିର ମା ମାନଙ୍କୁ ମଧ୍ୟ ଏହାର ସୁବିଧା ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।