ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପୀଡ଼ିତା

Jul 26, 2018 - 19:32
 133
ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପୀଡ଼ିତା
ବାରିପଦା,୨୬/୦୭ (ସକାଳଖବର): ବାରିପଦା ଟାଉନ ଥାନା ପୁଲିସଙ୍କ ଦବଙ୍ଗ ଗିରିକୁ ନେଇ ହରଡ଼ ଘଣାରେ ଫସି ଯାଇଛନ୍ତି ବାରିପଦା ଟାଉନଥାନା ଏସଆଇ ମିନୀ ଭୋଇ,ଚନ୍ଦ୍ରକାନ୍ତି ସାହଙ୍କ ସମେତ ଅନ୍ୟ କେତେକ ପୁଲିସ କନେଷ୍ଟବଳ । ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଜଣେ ବିବାହିତା ମହିଳାଙ୍କୁ ବଳ ପୂର୍ବକ ଉଠାଇ ଆଣି ଥାନାରେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା, ମହିଳାଙ୍କୁ ବଳପୂର୍ବକ ଆଣିବା ସମୟରେ ବୃଦ୍ଧା ଶାଶୁ ପହଞ୍ଚ ବାଧା ଦେବାରୁ ତାଙ୍କର ହାତକୁ ମୋଡ଼ି ଭାଙ୍ଗି ଆହତ କରାଇବା ଆଦି ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି ବାରିପଦା ଟାଉନ ଥାନା ଏସଆଇ ମିନୀ ଭୋଇ ଓ ଚନ୍ଦ୍ରକାନ୍ତି ସାହୁଙ୍କ ସହିତ ଅନ୍ୟ କେତେକ ପୁଲିସ । ବର୍ତ୍ତମାନ ପୀଡ଼ିତା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟରୁ ସାମୟିକ ଭାବେ ଚିକିତ୍ସା ହୋଇ ଆସିବା ପରେ ଏସଡ଼ିଜେଏମଙ୍କ ଅଦାଲତରେ ଉପରୋକ୍ତ ପୁଲିସବାବୁମାନଙ୍କ ନାମରେ ପୀଡ଼ିତା ମହିଳାଙ୍କୁ ପୁରୁଷ ପୁଲିସମାନେ ଅର୍ଦ୍ଧ ଉଲଗ୍ନ କରାଇ ଅଶାଳୀନ ବ୍ୟବହାର, ଶାରିରୀକ ନିର୍ଯାତନା, ଗାଳିଗୁଲଜ, ଗୁପ୍ତାଙ୍ଗରେ ଅସଦାଚରଣ କରିବା ଆଦି ସଙ୍ଗୀନ ଅଭିଯୋଗମାନ ଆଣି କେଶ ନଂ ୧ ସିସି- ୧୩୨/୨୦୧୮ରେ ଏକ କମ୍ପ୍ଲେନ ମାମଲା ରୁଜୁ କରାଇଛନ୍ତି ଏବଂ ମାନ୍ୟବର ଅଦାଲତ ପକ୍ଷରୁ ପିଡ଼ିତାଙ୍କ ଆବେଦନ ଗ୍ରହଣ କରିବା ପୂର୍ବକ ମାମଲାରେ ସାକ୍ଷ୍ୟ, ପ୍ରମାଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛିି ।