ଏମସିଏଲ୍ ର ୧୦ଟି ଖଣିରୁ କୋଇଲା ଉତୋଳନ ବନ୍ଦ

Jul 31, 2019 - 08:20
 126
ଅନୁଗୋଳ, ୩୦/୭(ସକାଳଖବର): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ମାଟି ଅତଡ଼ା ଧସିବା ଘଟଣାରେ ନିଖୋଜ ଥିବା ୪ର୍ଥ ବ୍ୟକ୍ତିଙ୍କ ଗୋଡ ଓ ଅନ୍ତବୁଜୁଳା ଆଜି ମାଟି ତଳୁ ଉଦ୍ଧାର ହେବା ପରେ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ଘଟଣା ପର ଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି ବିଜେପି ଆନେ୍ଦାଳନ ଜାରୀ ରଖିଛି । ଫଳରେ ଖଣିରୁ କୋଇଲା ଉତୋଳନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏମସିଏଲ୍ ର ୧୦ଟି ଖଣିରୁ କୋଇଲା ଉତୋଳନ ସହ ସଡ଼କ ଓ ରେଳପଥରେ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ପ୍ରତ୍ୟେକ ଦିନ ଏଠାରୁ ୩ ଲକ୍ଷ ଟନ୍ ରୁ ଉଦ୍ଧ୍ୱର୍ କୋଇଲା ଉପôାଦନ ହେଉଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ରାଷ୍ଟ୍ରାୟାତ ଉଦ୍ୟୋଗ କଣିହାଁସ୍ଥିତ ଏନଟିପିସି ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ୩ ହଜାର ମେଗାୱାଟ୍ କ୍ଷମତାସମ୍ପନ୍ନ ଏନଟିପିସି କଣିହାଁ ପାୱାର ପ୍ଲାଂଟ ପାଇଁ ଦୈନିକ ୫୫ ହଜାର ମେଟ୍ରିକ୍ ଟନ୍ କୋଇଲାର ଆବଶ୍ୟକତା ହୋଇଥାଏ । ହେଲେ ଆନେ୍ଦାଳନ ଯୋଗୁଁ କୋଇଲା ସେଠାରେ ପହଂଚି ପାରୁନି । ପ୍ରତ୍ୟେହ କୋଇଲା ପହଂଚି ପାରୁନଥିବାରୁ ସେଠାରେ ଗଚ୍ଛିତ ଥିବା ୯୦ ହଜାର ଟନ୍ କୋଇଲା ଶେଷ ହେବାକୁ ବସିଛି । ଏଥିପାଇଁ ଅନ୍ୟ ଖଣିରୁ ଏନଟିପିସି କୋଇଲା ଆଣୁଥିବା ବେଳେ ତାହା ପର୍ଯ୍ୟାପ୍ତ ହୋଇପାରୁନି । ଫଳରେ ବର୍ତମାନ ଏନଟିପିସିର ୩ଟି ୟୁନିଟ୍ ବନ୍ଦ ଥିବା ବେଳେ ମାତ୍ର ୧ ହଜାର ମେଗାୱାଟ୍ ବିଦୁ୍ୟତ ଉପôାଦନ ହେଉଛି । ତେଣୁ ଆଗକୁ ବିଦୁ୍ୟତ ଉପôାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।