ଜିନ୍ଦଲ କମ୍ପାନୀରେ ଦୁର୍ଘଟଣା ; ଶ୍ରମିକ ମୃତ୍ୟୁ

Nov 25, 2018 - 06:01
 163
ଜିନ୍ଦଲ କମ୍ପାନୀରେ ଦୁର୍ଘଟଣା ; ଶ୍ରମିକ ମୃତ୍ୟୁ
ଅନୁଗୋଳ, ୨୪/୧୧ (ସକାଳଖବର): ଅନୁଗୋଳର ନିଶାସ୍ଥିତ ଜୀନ୍ଦଲ କମ୍ପାନୀରେ ଆଜି ଏକ ଅଘଟଣ ଘଟିଛି । ଲୁହା ପ୍ଲେଟ ଲୋଡ଼ କରିବା ବେଳେ ପ୍ଲେଟ ଖସି ପଡ଼ିବାରୁ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବୀରେ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଧାରଣା ଦେଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ଚନ୍ଦନ ସାମଲ ଜୀନ୍ଦଲ କାରଖାନାର ପ୍ଲେଟ ମିଲରେ କାମ କରନ୍ତି । ଆଜି ଅପରାହ୍ନ ୪.୩୦ ବେଳେ ଟ୍ରଲରରେ ପ୍ଲେଟ ଲୋଡ଼ିଙ୍ଗ କରୁଥିବାବେଳେ ତାଙ୍କ ଉପରେ ଲୁହା ପ୍ଲେଟ ପଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଚନ୍ଦନଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବୀ ନେଇ ବିଭିନ୍ନ ଶ୍ରମିକ ସଂଗଠନ ଗୁଡ଼ିକ ଧାରଣା ଦେଇଥିଲେ । ସୂଚନା ଯେ କାର୍ଯ୍ୟରତ ଶ୍ରମିକ ଜଣଙ୍କ କାମ କରୁଥିବାବେଳେ ହେଲମେଟ୍ କିମ୍ବା ସୁରକ୍ଷା ସାମଗ୍ରୀ ବ୍ୟବହାର କରିନଥିଲେ । ଯଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଲୋଚନା ହେଉଛି ।