ନାଲକୋ, ଏଚସିଏଲ ଓ ଏମିସିଏଲର ସହଭାଗୀତାରେ ହେବ ନୂଆ ଯୌଥ ଉଦ୍ୟୋଗ

Aug 1, 2019 - 18:01
 179
ଭୁବନେଶ୍ୱର, ୧/୮(ସକାଳଖବର): ତିନୋଟି ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରାଯିବ । କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କାବିଲ ଗଠନ କରାଯିବାର ଉଦେ୍ଧଶ୍ୟ ହେଉଛି ଭାରତୀୟ ଘରୋଇ ବଜାରକୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ଦ୍ରବ୍ୟର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା । କାବିଲ ଦେଶର ଖଣିଜ ନିରାପତା ସୁନିଶ୍ଚିତ କରିବା ସହିତ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟକୁ ବାସ୍ତବ ରୂପ ଦେବ ବୋଲି ସେ କହିଥିଲେ । ପରିବହନ ଏବଂ ଉପôାଦନ କ୍ଷେତ୍ର ପାଇଁ ଖଣି ଏବଂ ଧାତବ ସାମଗ୍ରୀର ସ୍ଥାୟୀ ଉତ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୫ରେ ପ୍ୟାରିସ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତନ ସମ୍ମେଳନରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ କରିବା ଏବଂ ପରିବହନର ଏକ ସବୁଜ ମାଧ୍ୟମ ଗ୍ରହଣ କରିବା ଲାଗି ଭାରତ ଶପଥ ନେଇଥିଲା । ଏହା ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ବୈଦୁ୍ୟତିକ ବାହନ ଚଳାଚଳ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରୁଛନ୍ତି । ତେଣୁ ବ୍ୟାଟେରୀ ମାଧ୍ୟମରେ ଇନ୍ଧନ ସଂଚୟ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଯୋଶୀ କହିଥିଲେ । ଆହୁରି ବିମାନ ଚଳାଚଳ, ପ୍ରତିରକ୍ଷା ଏବଂ ମହକାଶ ଗବେଷଣା କ୍ଷେତ୍ରରେ କମ ଓଜନ ବିଶିଷ୍ଟ ଓ ଉଚ୍ଚ ଯାନ୍ତ୍ରିକ ଦୃଢ଼ତା ଥିବା ଖଣିଜ ଦ୍ରବ୍ୟର ଆବଶ୍ୟକତା ପଡ଼ିବ । ସ୍ୱଳ୍ପ ସମ୍ପଦ ଆଧାର ରହିଥିବା ୧୨ଟି ମୂଲ୍ୟବାନ ଖଣିଜ ଦ୍ରବ୍ୟ ମଧ୍ୟରୁ ଲିଥିୟମ, କୋବାଲ୍ଟ ହେଉଛି ଗୁରୁତ୍ୱପୂର୍ଣ୍ଣ । ଭାରତରେ ମୂଲ୍ୟବାନ ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ଏବଂ ବାଣିଜି୍ୟକ ଉପଯୋଗ ଲାଗି ବିଦେଶରେ ଏସବୁ ଖଣିଜ ଦ୍ରବ୍ୟ ଠାବ କରିବା, ଅଧିଗ୍ରହଣ, ଉତୋଳନ, ବିକାଶ, ଖନନ ଓ ପ୍ରକ୍ରିୟାକରଣ କରିବା ଲାଗି କାବିଲ କାର୍ଯ୍ୟ କରିବ । ଖଣିଜ ସମ୍ପଦ ଉତ୍ସ ଥିବା ଦେଶରେ ବାଣିଜି୍ୟକ ସୁଯୋଗ, ଜିଟୁଜି ସହଭାଗୀତା କିମ୍ବା ଖଣିଜ ଦ୍ରବ୍ୟର ଉତୋଳନ ଓ ଖଣିଜ ସମ୍ପତିରେ ରଣନୈତିକ ଅଧିଗ୍ରହଣ ତଥା ନିବେଶ ଜରିଆରେ ଏସବୁ ଖଣିଜ ଦ୍ରବ୍ୟ ଓ ଧାତୁ ସଂଗ୍ରହ କରାଯିବ । ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ଖଣି ସମୃଦ୍ଧ ରାଷ୍ଟ୍ର ସହ ସହଭାଗୀତା ସ୍ଥାପନ କରିବାରେ ଏହି ନୂଆ କମ୍ପାନୀ ସହାୟକ ହେବ । ଏସବୁ ଦେଶରେ ଉତୋଳନ ଏବଂ ଖଣିଜ ପ୍ରକ୍ରିୟାକରଣରେ ଭାରତୀୟ ବିଶେଷଜ୍ଞତା ଆପୋସ ଲାଭ ପ୍ରଦାନ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ । ଏହି କମ୍ପାନୀରେ ନାଲକୋ, ଏଚସିଏଲ ଏବଂ ଏମଇସିଏଲର ଇକୁ୍ୟଟି ସହଭାଗୀତା ଅନୁପାତ ୪୦:୩୦:୩୦ ରହିବ ।