ନାଟକ ଦେଖି ଘରକୁ ଫେରୁଥି‌ଲେ, ଗଣଦୁଷ୍କର୍ମର ଶିକାର ହେଲେ ୩ ନାବାଳିକା

Apr 20, 2023 - 08:01
 27
ନାଟକ ଦେଖି ଘରକୁ ଫେରୁଥି‌ଲେ, ଗଣଦୁଷ୍କର୍ମର ଶିକାର ହେଲେ ୩ ନାବାଳିକା
ଭବାନୀପାଟଣା: ନାଟକ ଦେଖି ଭୋର ସମୟରେ ଘରକୁ ଫେରୁଥିବା ବେଳେ ୩ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ୩ ଜଣ ନାବାଳିକା ଗତକାଲି ମା ତାରିଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ମଞ୍ଚସ୍ଥ ନାଟକ ଦେଖିବା ପରେ ଭୋର ୪ଟା ବେଳେ ଘରକୁ ଫେରୁଥିଲେ। ୫ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ୩ ଜଣ ନାବାଳିକାଙ୍କୁ ୫ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲା ବେଳେ ଦୁଇ ନାବାଳିକା ସେଠାରୁ କୌଶଳକ୍ରମେ ଖସି ଆସିଥିଲେ।ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏଣେ ଘରେ ପହଞ୍ଚି ଦୁଇ ନାବାଳିକା ସବୁ କଥା କହିଥିଲେ। ତାେପରେ ଘଟଣାସ୍ଥଳରୁ ପରିବାର ଲୋକେ ପୀଡ଼ିତାମାନଙ୍କୁ ଉଦ୍ଧାର କରିବା ସହ ଥାନାରେ ଲଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାମାନଙ୍କର ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଚଳାଇଛି।