ଧାନରେ ମାଟି ଗୁଣ୍ଡି ପୋକ, ଚିନ୍ତାରେ ଚାଷୀ

Oct 17, 2019 - 06:56
 135
ନୂଆପଡା, ୧୬/୧୦(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ହୋଇଥିବା ଧାନ ଚାଷରେ ମାଟି ଗୁଣ୍ଡ ପୋକ ଦେଖାଦେଇଛି । ବ୍ଲକର ବାଦୀ, ଖାସବାହାଲ, ରାଣିମୁଣ୍ଡା, ଅରେଡା, ନେହେନା, ଭୁଲିଆସିକୁଆଁ, ଭୋଜପୁର, ଦେହେଲପଡା, ରିଷିଗାଁ, ତୁକୁଲା ସମେତ ୨୬ ଗୋଟି ପଂଚାୟତରେ ଚାଷି ମାନଙ୍କ ଧାନ ଚାଷରେ ମାଟିଗୁଣ୍ଡି ପୋକ ଲାଗିଛି । ବର୍ତମାନ ଧାନ ଜମିରେ ପାଣି ନଥିବାରୁ ଧାନରେ ମାଟିଗୁଣ୍ଡି ପୋକ ଲାଗୁଥିବାରୁ ଧାନ ଫସଳ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପକ୍ଷରେ କୃଷି କେନ୍ଦ୍ରରେ ଔଷଧ ଠିକ ଭାବରେ ମିଳୁନଥିବାରୁ ଅନତ୍ର ଦୋକାନରୁ ଚଢା ଦରରେ ଚାଷି କିଣି ଧାନରେ ସିଂଚନ କଲେ ମଧ୍ୟ ଏହି ପୋକ ମରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏବିଷୟରେ ଖଡିଆଳ ଜିଲ୍ଲା କୃଷି ଅଧିକାରୀ ନରୋତ୍ତମ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଚାଷିଙ୍କୁ ରିହାତି ଦରରେ ଔଷଧ ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ । ସୂଚନା ଥାଉକି ନୂଆପଡା ଜିଲାରେ ଗତ ୪ ବର୍ଷ ଧରି ମରୁଡିର କରାଳ ବିଭୀଷିକା ଲାଗି ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଚାଷ କିଛିକାଂଶରେ ଭଳ ହୋଇଥିଲେ ମଧ୍ୟ ଫସଳକୁ ନଷ୍ଟ କରୁଥିବା ପୋକ, ବରାହ୍ ଫଳ ମାନ ଆସି ଚାଷକୁ ନଷ୍ଟ କରୁଥିବାରୁ ଚାଷିଙ୍କ ମଧ୍ୟରେ ଭାଲେଣି ଦେଖାଦେଲାଣି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷିଙ୍କୁ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।