ବିଜେପି ପକ୍ଷରୁ ରାଜ୍ୟସ୍ତରୀୟ କାରଗିଲ ବିଜୟ ଦିବସ ପାଳିତ

Jul 26, 2018 - 18:37
 125
ବିଜେପି ପକ୍ଷରୁ ରାଜ୍ୟସ୍ତରୀୟ କାରଗିଲ ବିଜୟ ଦିବସ ପାଳିତ
ଭୁବନେଶ୍ୱର,୨୬/୦୭ (ସକାଳଖବର): କାରଗିଲ ବିଜୟ ଦିବସ ଉପଲକ୍ଷେ ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ଆବାହକ ଶ୍ରୀ ସୁଦର୍ଶନ ନାୟକଙ୍କ ସଂଯୋଜନା କ୍ରମେ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଥିଲା । ଏହି ଉସôବରେ ଆଡମିରାଲ ଡଃ ସଲିଳ କୁମାର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦେ୍ଧଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାରଗିଲ ଯୁଦ୍ଧରେ ପ୍ରତ୍ୟକ୍ଷଭାବେ ଅଂଶ ଗ୍ରହଣ କରିଥିବା ୧୬ ଜଣ ଅଫିସରଙ୍କୁ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଉତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।