ପୋଖରୀରେ ବୁଡ଼ି ନାବାଳିକାର ମୃତ୍ୟୁ

Oct 7, 2018 - 20:41
 180
ପୋଖରୀରେ ବୁଡ଼ି ନାବାଳିକାର ମୃତ୍ୟୁ
ଅନୁଗୋଳ, ୭/୧୦( ସକାଳଖବର): ତାଳଚେର ଅଞ୍ଚଳ କଣ୍ଢାଳ ଗାଁରେ ପୋଖରୀରେ ବୁଡ଼ି ଜୈନିକା ନାବାଳିକାର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ ତାଳଚେର କଣ୍ଢାଳ ଗାଁର ପାୟଲ ସାହୁ (୯) ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ସେଠାରେ ଗୋଡ଼ ଖସିଯିବାରୁ ପାଣି ଭିତରକୁ ପଳାଇଥିଲା । ଫଳରେ ପାଣି ଭିତରେ ବୁଡ଼ି ଯାଇଥିଲା । ଏହି ଖବର ପାଇ ପରିବାର ଲୋକ ପୋଖରୀ ପାଖରେ ପହଞ୍ଚô ତାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଡ଼ାକ୍ତରଖାନାକୁ ଆଣିଥିଲେ । ଏଠାରେ ତାଙ୍କର ମୃତ ଘୋଷଣା ହୋଇଥିଲା । ଅନୁଗୋଳ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚô ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।