ଜେ.ଏସ୍.ପି.ଏଲ୍ କ୍ଷତିଗ୍ରସ୍ତଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

Aug 30, 2018 - 18:24
 122
ଜେ.ଏସ୍.ପି.ଏଲ୍ କ୍ଷତିଗ୍ରସ୍ତଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା
ଅନୁଗୋଳ, ୩୦/୮ (ସକାଳଖବର): ଜେ.ଏସ୍.ପି.ଏଲ୍ ପାଇଁ ଜମି ଦେଇଥିବା କ୍ଷତିଗ୍ରସ୍ତ ପରିବାରର ଆପ୍ରେଣ୍ଟିସ୍ ପ୍ରାପ୍ତ ଯୁବକମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ପୂର୍ବାହ୍ନରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ପ୍ରକାଶ କରିଛନ୍ତି ଯେ ଗତ ୧୦ବର୍ଷ ପୂର୍ବରୁ ଜେ.ଏସ୍.ପି.ଏଲ୍ ପାଇଁ ଇଡକୋ ଜରିଆରେ ଜମି ଅଧିଗ୍ରହଣ ସରିଛି । କ୍ଷତିଗ୍ରସ୍ତ ପରିବାର ହୋଇଥିବାରୁ ଜେ.ଏସ୍.ପି.ଏଲ୍ ଦ୍ୱାରା ତାଲିମ୍ ନେଇ କାରଖାନାରେ ନିଯୁକ୍ତି ପାଇଥିଲେ ମଧ୍ୟ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ଜମି ଅଧିଗ୍ରହଣରେ ବିଳମ୍ବ ହେବାରୁ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା । ପ୍ରାୟ ଦୁଇବର୍ଷରୁ ଉଦ୍ଧ୍ୱର୍ ହେବ କାରଖାନା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବାପରେ ମଧ୍ୟ ସେମାନଙ୍କୁ ବିଭିନ୍ନ ଆଳରେ ପୁନଃ ନିଯୁକ୍ତି କରାଯାଉନାହିଁ । କାରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଲିଖିତଭାବେ ଜଣାଇଥିଲେ ମଧ୍ୟ କାହାରି ଦୃଷ୍ଟି ଆକର୍ଷଣ କରିନପାରିବାରୁ ବାଧ୍ୟହୋଇ ଧାରଣାରେ ବସିଛନ୍ତି । ଧାରଣାସ୍ଥଳରେ ଯୁବ ସଂଗଠକ ମାନସ ପାଳ ବକ୍ତବ୍ୟ ମାଧ୍ୟମରେ ଗଣତାନ୍ତ୍ରିକ ପଦ୍ଧତିରେ ଦାବି ହାସଲ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଦାବି ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ·ଲୁ ରହିବ ବୋଲି ଧାରଣାରେ ସାମିଲଥିବା ପ୍ରଦୀପ ସାହୁ, ମନୋଜ ସାହୁ, ଶରତ ସାହୁ, ଶ୍ରୀକାନ୍ତ ରାଉଳ, ସ୍ମୃତିରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରକାଶ କରିଛନ୍ତି