ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା

Dec 11, 2018 - 16:11
 213
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ  ଭ୍ରାମ୍ୟମାଣ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା
ଅନୁଗୋଳ,୧୧/୧୨(ସକାଳଖବର): ଖଣି ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ୍ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉଦେ୍ଧଶ୍ୟରେ ଜିଲ୍ଳା ଖଣିଜ ପ୍ରତିଷ୍ଠାନର ଅନୁଦାନରେ ୬ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯାନକୁ ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲା କାର୍ଯ୍ୟାଳୟ ପରିସରକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଖଣି ପ୍ରଭାବିତ ତାଳଚେର, ଛେଣ୍ଡିପଦା ଓ କଣିହାଁ ବ୍ଲକର ଅପହଞ୍ଚ ଅଞ୍ଚଳରେ ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାର ମୂଳ ଲକ୍ଷ୍ୟ । ଏହି ଯାନରେ ଡ଼ାକ୍ତରଙ୍କ ସମେତ ୩ଜଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କର୍ମି ଓ ଆବଶ୍ୟକ ଔଷଧ ରହିବ । ଏଥିରେ ଥିବା ଡ଼ାକ୍ତରଙ୍କ ଦ୍ୱାରା ରୋଗର ପରୀକ୍ଷା, ପରାମର୍ଶ ଓ ଚିକିତ୍ସାସେବା ଯୋଗାଇ ଦିଆଯିବ । ଖଣି ପ୍ରଭାବିତ ଏହି ୩ ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ୨ଟି ଲେଖାଏଁ ଭ୍ରାମ୍ୟମାଣ ଯାନ ପ୍ରଦାନ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ରୀ ତପନ କୁମାର ଶତପଥି, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଳା ଖଣିଜ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।