ପବ୍ଲିକ ଆକାଉଣ୍ଟ କମିଟିର ଅନୁଗୋଳ ଗସ୍ତ

Dec 11, 2018 - 16:10
 165
ଅନୁଗୋଳ,୧୧/୧୨(ସକାଳଖବର): ଓଡ଼ିଶା ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟୀ-୧ର ଏକ ୨ଣିଆ ସଦସ୍ୟ ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଗୋଳ ଗସ୍ତରେ ଆସି ଜେଏସପିଏଲ ଦ୍ୱାରା କୁନ୍ଦରାବାହାଳୀ/ନନ୍ଦିର ନାଳର ଗତି ପରିବର୍ତ୍ତନକୁ ନେଇ ହୋଇଥିବା ଅଭିଯୋଗ ସରଜମିନ ତଦନ୍ତ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କର ତାମତ ନେଇଛନ୍ତି । ଢେ଼ଙ୍କାନାଳ ବିଧାୟକ ଶ୍ରୀ ସରୋଜ କୁମାର ସାମଲ ଏହି କମିଟିର ସଦସ୍ୟ ଭାବେଅସ୍ତରେ ଆସିଥିଲେ । ଆଜି ପୂର୍ବାହ୍ନରେ କମିଟି ଜେଏସପିଏଲ ପ୍ଲାଣ୍ଟକୁ ପରିଦର୍ଶନ କରି କୁନ୍ଦୁରାବାହାଳି/ନନ୍ଦିରାନାଳର ଗତି ପରିବର୍ତ୍ତନକୁ ଅନୁଧ୍ୟାନ କରିବା ସହ ସର୍କିଟ ହାଉସ ସମ୍ମୀଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗଦାନ କରି ରାଜସ୍ୱ ଜଙ୍ଗଲ ଓ ପରିବେଶ, ଜଳସମ୍ପଦ, ଶିଳ୍ପ ପ୍ରଭୃତି ବିଭାର ବରିଷ୍ଠ ଅଧିକାରୀମାନଙ୍କ ସହିତ ନନ୍ଦିରାନାଳର ସ୍ଥିତି ଓ ଏହାର ଗତି ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ସେମାନଙ୍କର ମତାମତ ଗ୍ରହଣ କରିଥିଲେ । ଏହାଚଡ଼ା ବିଭିନ୍ନ ବିଭାଗର ଦସ୍ତାବିଜକୁ ଅନୁଧ୍ୟାନ କରି ତଥ୍ର ସଂଗ୍ରହ କରିଥିଲେ । ସବକମିଟ-୧ ଖୁବଶୀଘ୍ର ତାର ରିପୋର୍ଟ ପବ୍ଲିକ ଏକାଉଣ୍ଟସ କମିଟୀକୁ ପ୍ରଦାନ କରିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ କମିଟୀକୁ ସ୍ୱାଗତ ଜଣାଇବା ସହ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ । କମିଟୀର ଏହି ଗସ୍ତ ଓ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ କମିଟୀକୁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।