କୃଷି ନ୍ୟାୟରୁ ବଞ୍ଚିତ ଅଧିକାରୀଙ୍କ ମାମଲାରେ ସରକାର ରଖିଲେ ଜବାବ

Apr 26, 2018 - 06:56
 148
କଟକ,୨୫ା୪(ସକାଳଖବର): କୃଷି ବିଭାଗରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ବାରମ୍ବାର ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଓ କୋର୍ଟଙ୍କ ନିଦେ୍ର୍ଧଶନାମା କାର୍ଯ୍ୟକାରୀ କରାନଯିବା ପ୍ରସଙ୍ଗରେ ରୁଜୁ ଅଦାଲତ ଅବମାନନା ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୭ତାରିଖ ମଧ୍ୟରେ ପ୍ରତି ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବୁଧବାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସାନି ସତ୍ୟପାଠ ଦାଖଲ କରାଯାଇ ଆବେଦନକାରୀଙ୍କୁ ୨୦୦୪ ମସିହାରୁ ପଦୋନ୍ନତି ଦିଆଯିବ, କିନ୍ତୁ ଆଉ କୌଣସି ବକେୟା ଦେୟ ଦିଆଯିବନାହି ବୋଲି ଦର୍ଶାଯିବା ସହ ଏହି ମାମଲାରେ ସୁପ୍ରିମକୋର୍ଟ ଯିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀଙ୍କ ଓକିଲ । ଆବେଦନକାରୀଙ୍କ ଭବିଷ୍ୟତ ଉପରେ ସରକାର ଖେଳିବା ସହ କୋର୍ଟଙ୍କ ନିଦେ୍ର୍ଧଶନାମାକୁ ହେୟଜ୍ଞାନ କରାଯାଉଛି ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତିରେ ଦର୍ଶାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶି ଭୂଷଣ ଜେନା ଏହି ମାମଲା ପରିଚାଳନା କରୁଥିବାବେଳେ ସତ୍ୟଜିତ ବେହେରା ସହାୟତା କରୁଛନ୍ତି । ପ୍ରକାଶ ଯେ କୋର୍ଟଙ୍କ ଆଦେଶ ପାଳନ ନହେବାରୁ ଆବେଦନକାରୀଙ୍କ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରି କୃଷି ବିଭାଗ ସଚିବ ସୌରଭ ଗର୍ଗ, ନିଦେ୍ର୍ଧଶକ ହରିବଲ୍ଲଭ ମିଶ୍ର ଓ ବୌଦ୍ଧ ଜିଲା ଉପ ନିଦେ୍ର୍ଧଶକ ମନୋରଞ୍ଜନ ମଲ୍ଲିକଙ୍କୁ ପକ୍ଷଭୁକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲାରେ ରବିନ୍ଦ୍ର ପ୍ରସାଦ ମିଶ୍ର ଭିଏଲଡବ୍ଲ୍ୟ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ପଦୋନ୍ନତି ଦିଆଯାଇନଥିଲା । ତାଙ୍କୁ ବିଭିନ୍ନ ସମୟରେ ଅସୁବିଧାରେ ପକାଯିବା ସହ ବିଭାଗୀୟସ୍ତରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ଏ ନେଇ ଆବେଦନକାରୀ ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲରେ ଏକ ମାମଲା ରୁଜୁ କରି ପଦୋନ୍ନତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଥିଲା । କୋର୍ଟ ଏହି ମାମଲାରେ ଚୂଡାନ୍ତ ଶୁଣାଣି କରି ୨୦୧୫ ମସିହାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ରଦ୍ଧ କରି ପଦୋନ୍ନତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ସରକାର ସ୍ୟାଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ସ୍ୟାଟ ଆଦେଶକୁ କାଏମ ରଖି ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅବଶ୍ୟ ଏହି ମାମଲାରେ କୃଷି ବିଭାଗ ସଚିବ ବ୍ୟକ୍ତିଗତ ହାଜର ହେବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଗତ ଜାନୁୟାରୀ ମାସ ୧୧ତାରିଖରେ ରାୟ ପ୍ରକାଶ କରି କୋର୍ଟ ଦର୍ଶାଇଥିଲେ ଯେ ଆବେଦନକାରୀ ୨୦୧୮ ମସିହା ଫେବୃୟାରୀ ମାସ ୨୮ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ୧୫ତାରିଖ ସୁଦ୍ଧା ପଦକ୍ଷେପ ନେବାକୁ ଆଦେଶନାମାରେ ସ୍ପଷ୍ଟ କରିଥିଲେ ।