ଗଞ୍ଜେଇ ସିଗାରେଟ ଜବତ, ୧ ଗିରଫ

Apr 26, 2018 - 07:00
 119
ଗଞ୍ଜେଇ ସିଗାରେଟ ଜବତ, ୧ ଗିରଫ
କଟକ, ୨୫/୪ ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ସହରର ଯୋବ୍ରା ମହ୍ଲାସାହିର ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଚଢାଉ କରି ୯ କେଜି ଓଜନର ଗଞ୍ଜେଇ ସହିତ ୧୫ ପ୍ୟାକେଟ୍ ଗଞ୍ଜେଇ ସିଗାରେଟ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ହେଲେ କେଦାର ଶୁକ୍ଳା(୩୦) । ସେ ନିୟମିତ ଭାବେ ଚୋରାରେ ଗଞ୍ଜେଇ କାରବାର କରୁଥିବାର ଅଭିଯୋଗକୁ ଭି ି କରି ଆଜି ସ୍କ୍ୱାଡର ଉପ ଅଧୀକ୍ଷକ ବି କେ ସିଂସାମନ୍ତଙ୍କ ସହିତ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଂଜ ଶୁକ୍ଳାର ଘର ଉପରେ ଚଢାଉ କରିଥିଲେ । ତଲାସୀ ପରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ପରିମାଣର ସାମଗ୍ରୀ ଜବତ ହୋଇଥିଲା । ଏହି ଚଢାଉରେ ବିଭାଗୀୟ ଏସଆଇ କମଳ ଲୋଚନ ପାଇକରାୟ, ଏଏସଆଇ ପ୍ରଦୀପ କୁମାର ମହାନ୍ତି, ରୋଜାଲିନ ପଟ୍ଟନାୟକ, ସବିତା ମଲ୍ଲିକ, ଭ୍ରମରବର ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ । ଅଭିଯୁକ୍ତ କୋର୍ଟ ଚାଲାଣ କରାଯିବା ପରେ ଅଦାଲତଙ୍କ ନିଦେ୍ର୍ଧଶକ୍ରମେ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି ।