ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Feb 2, 2022 - 06:05
 68
ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
କାମାକ୍ଷାନଗର ୦୨।୦୨ : ଅଜଣା ଗାଡ଼ି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରି ମଙ୍ଗରାଜ ନାଏକ। କ୍ଷତିପୁରଣ ଦାବିରେ ୫୩ ନଂ ଜାତୀୟରାଜପଥ ଟାଙ୍ଗରପଡା ଠାରେ ଅବରୋଧ। ଖବର ଅନୁଯାୟୀ, ମଙ୍ଗରାଜଙ୍କ ଘର ଭୂବନ ଥାନା ମୂରୁଗା ଗାଁରେ ହୋଇଥିବା ବେଳେ ତାଙ୍କ ଶ୍ୱଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷାନଗର ମେଡିକାଲରେ ସଫେଇ କର୍ମଚାରୀ ଭାବେ ଡ୍ୟୁଟି କରୁଥିଲେ। ତେବେ ସବୁଦିନ ଭଳି ବୁଧବାର ମଧ୍ୟ ସକାଳେ ସାଇକେଲ ଯୋଗେ ମେଡିକାଲକୁ ଆସୁଥିବା ବେଳେ ଟାଙ୍ଗରପଡା ଠାରେ ଅଜଣା ଗାଡି ଧକ୍କା ଦେଇଥିବାର ଜଣାପଡିଛି। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଜାତୀୟ ରାଜପଥ ୫୩ରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।