ଏମ.ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ

Oct 24, 2018 - 18:45
 179
ଏମ.ନାଗେଶ୍ୱର ରାଓ ହେଲେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୪ /୧୦ (ସକାଳଖବର): ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବରେ ଓଡିଶା କ୍ୟାଡର ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ନିଯୁକ୍ତ ହୋଇଛନ୍ତି । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ଆଲୋକ ବର୍ମା ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଓଡିଶା କ୍ୟାଡର ୧୯୮୬ ବ୍ୟାଚର ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନ ସିବିଆରର ଯୁଗ୍ମ ନିର୍ଦ୍ଦେଶକ ଅଛନ୍ତି । ପୁର୍ବରୁ ନାଗେଶ୍ୱର ଅଗ୍ନିଶମ ବିଭାଗର ଏଡିଜି ଭାବରେ କାମ କରୁଥିଲେ । ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଛନ୍ତି । ସିବିଆଇର ଏହି ଦୁଇ ଅଧିକାରୀ ଲାଂଚନେବା ଅଭିଯୋଗରେ ଛନ୍ଦି ହୋଇ ପଡିଛନ୍ତି । ଲାଂଚ ବିବାଦକୁ ନେଇ ଅନ୍ତଦ୍ୱର୍ନ୍ଦ ଲାଗି ରହିଥିବାରୁ ସିବିଆଇର ଏହି ଦୁଇ ବରିଷ୍ଠ ଅଧିକାରୀ ଅଶୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଉପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।