ଆଶା କର୍ମୀଙ୍କ ପାଇଁ ଖୁସି ଖବର

Oct 24, 2018 - 18:16
 195
ଆଶା କର୍ମୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର, ୨୪ /୧୦ (ସକାଳଖବର): କେନ୍ଦ୍ର କ୍ୟାବିନେଟ୍ ବୁଧବାର ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ଆଶା ସହାୟିକାଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଅକ୍ଟୋବର ୨୦୧୮ (ନଭେଙ୍କର, ୨୦୧୮ରୁ ପଇଠ କରାଯିବ)ଠାରୁ ଲାଗୁ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଉପରୋକ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଆଶା ସହାୟିକା ମାସିକ ପାଖାପାଖି ୨୦ଟି ପର୍ଯ୍ୟବେକ୍ଷଣ ଗସ୍ତ କରିଥାନ୍ତି । ଗସ୍ତ ଖର୍ଚ୍ଚରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନେ ମାସିକ ୬ ହଜାର ଟଙ୍କା ପାଇପାରିବେ । ଆଶା କର୍ମୀଙ୍କ ଯାତ୍ରାକାଳୀନ ଭତ୍ତାକୁ ବୃଦ୍ଧି କରିଛନ୍ତି। ଆଶା କର୍ମୀଙ୍କ ପୂର୍ବରୁ ଥିବା ଯାତ୍ରାକାଳୀନ ଭତ୍ତାକୁ ୫୦୦୦ରୁ ବୃଦ୍ଧି କରି ୬୦୦୦ ଟଙ୍କା କରିଛନ୍ତି। ଆଶା ଲାଭ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ଆଶା ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି । ଉତମ ପ୍ରଦର୍ଶନ ପାଇଁ ଆଶା ସହାୟିକାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କ ପର୍ଯ୍ୟବେକ୍ଷଣ ଗସ୍ତ ଖର୍ଚ୍ଚକୁ ପ୍ରତି ଗସ୍ତ ପିଛା ୨୫୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଅକ୍ଟୋବର ୨୦୧୮ ଠାରୁ ଲାଗୁ ହେବ ଯାହାକୁ ସେମାନେ ନଭେଙ୍କର ୨୦୧୮ ଠାରୁ ପାଇପାରିବେ । ଗସ୍ତ ଖର୍ଚ୍ଚରେ ଏହି ବୃଦ୍ଧି ଫଳରେ ଆଶା ସହାୟିକାମାନେ ମାସିକ ୬୦୦୦ ଟଙ୍କା ପାଇପାରିବେ ପୂର୍ବରୁ ସେମାନେ ମାସିକ ୫ ହଜାର ଟଙ୍କା ପାଉଥିଲେ ଏବେ ସେଥିରେ ୧୦୦୦ ଟଙ୍କା ବୃଦ୍ଧି ହୋଇଛି । ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବା ଲାଗି ବର୍ତମାନର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ସଂସ୍ଥାଗତ ମେକାନିଜମ ଉପଯୋଗ କରାଯିବ । ଏହି ପ୍ରସ୍ତାବିତ ବୃଦ୍ଧି ଲାଗି କେନ୍ଦ୍ରୀୟ ଅଂଶଧନ ସ୍ୱରୂପ ଅତିରିକ୍ତ ୪୬.୯୫ କୋଟି ଟଙ୍କାର ରାଜସ୍ୱ ବ୍ୟୟ କରାଯିବ । ୨୦୧୮-୧୯ ବର୍ଷ ଲାଗି (ପ୍ରଥମ ୬ ମାସରେ) ୧୫.୬୫ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୩୧.୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।