ଏଫ୍ସିଆଇ ହେବ ଦେଶର ସର୍ବ ବୃହତ୍ତମ ସାର କାରଖାନା

Sep 21, 2018 - 17:15
 189
ଏଫ୍ସିଆଇ ହେବ ଦେଶର ସର୍ବ ବୃହତ୍ତମ ସାର କାରଖାନା
ଅନୁଗୋଳ, ୨୧/୯ (ସକାଳଖବର): ଅନୁଗୋଳ ତାଳଚେରସ୍ଥିିତ ସାର କାରଖାନା ୧୯୭୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିବାବେଳେ ଗତ ୨୦୦୨ ମସିହାରେ ଏହା ବନ୍ଦ ହୋଇଯାଇଥିଲା । ପେଟ୍ କୁକ୍ ବ୍ଲେଣ୍ଡିଙ୍ଗ ସହ କୋଲ ଗ୍ୟାସିଫିକେସନ ଆଧାରିତ ସାର କାରଖାନାକୁ ପୁନଃ କାର୍ଯ୍ୟକ୍ରମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବା ପାଇଁ ଆସୁଛନ୍ତି । ଯଦ୍ୱାରା ଏହି କାରଖାନା ସାର ଉପôାଦନ କ୍ଷେତ୍ରରେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏବଂ ଏଫ୍ସିଆଇ ସାର କାରଖାନା ଦେଶର ସର୍ବ ବୃହତ୍ତମ ସାର କାରଖାନାର ମାନ୍ୟତା ପାଇବାକୁ ଯାଉଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗେଲ ଇଣ୍ଡିଆ ଲିମିଡେ଼ଟ୍ର ସିଏମ୍ଡ଼ି ବି. ସି. ତ୍ରିପାଠୀଙ୍କ ସମେତ କୋଲ ଇଣ୍ଡିଆ ଟେକ୍ନିକାଲ ବିଜୟ ଦୟାଲ, ଜେ.ଏସ୍. ସାଇନି, ୟୁ.ଭି. ଧଟରକ୍ ପ୍ରମୁଖ ସୂଚନା ଦେଇଛନ୍ତି । ଏହି କାରଖାନାକୁ କୋଲ ଇଣ୍ଡିଆ ଲିମିଟେଡ଼, ରାଷ୍ଟ୍ରୀୟ କେମିକାଲ ଆଣ୍ଡ ଫଟିଲାଇଜରର୍ସ ଲିମିଡେ଼ଟ, ଗେଲ ଇଣ୍ଡିଆ ଲିମିଡେ଼ଟର ମିଳିତ ସଂଯୋଗ ଦ୍ୱାରା କାରଖାନା ଚାଲୁହେବାକୁ ଯାଉଛି । ଏହି କାରଖାନା ୧୩ ହଜାର କୋଟି ବିନିମୟରେ ପୁନଃ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ପ୍ରକଳ୍ପ ମାଧ୍ୟମରେ କୋଇଲା ଏବଂ ପେଟ୍ କୁକୁ ବ୍ୟବହାର କରି ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍ ‘ନିମ୍’ କୋଟେଡ଼ ପ୍ରିଲ୍ଡ ୟୁରିଆ ଉପôାଦନ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ କରାଯାଇଛି । ୨୦୨୨ ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବା ନିମନ୍ତେ ଯୋଜନା ରହିଛି । ଏହି କାରଖାନା ଦ୍ୱାରା ୧୦ ହଜାରୁ ଉଦ୍ଧ୍ୱର୍ ଲୋକ ରୋଜଗାର କ୍ଷମ ହୋଇପାରିବେ । ଆସନ୍ତା ବର୍ଷଠାରୁ କାରଖାନାର ପାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାରଖାନା ଦ୍ୱାରା ସାରା ଓଡ଼ିଶାକୁ ସହଜରେ ଏବଂ ରିହାତି ଦରରେ ୟୁରିଆ ସାର ଉପଲବ୍ଧ ହେବ । ଏହି କାରଖାନାକୁ ଲାଟେଷ୍ଟ୍ ଟେକ୍ନୋଲୋଜି ଯନ୍ତ୍ରାଶ ଦ୍ୱାରା ନିର୍ମାଣ କରାଯାଉଥିବା ଯୋଗୁଁ ପରିବେଶ ପ୍ରଦୁଷଣ ପ୍ରଭାବ ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।