ଏଥର ବଜେଟ୍‌ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ

Jan 31, 2023 - 07:25
 44
ଏଥର ବଜେଟ୍‌ ସାଧାରଣ ଜନତାଙ୍କ ପାଇଁ ଲାଭପ୍ରଦ ହେବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଳୀ: ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। ଏବର୍ଷ ବଜେଟ୍‌ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି। ସେ କହିଛନ୍ତି କି ଭାରତର ବଜେଟ୍‌ ଉପରେ କେବଳ ଭାରତ ନୁହେଁ, ପୂରା ବିଶ୍ବର ଦୃଷ୍ଟି ରହିଛି। ସେ ଆହୁରି ବି କହିଛନ୍ତି ଯେ ଏଥର ବଜେଟ୍‌ ସାଧା‌ରଣ ଲୋକମାନଙ୍କ ପାଇଁ ଲାଭପ୍ରଦ ହେବ। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।