ଜନ ଧନ ଯୋଜନାରେ ମିଳିବ ୨ ଗୁଣା ଲାଭ

Sep 6, 2018 - 18:30
 215
ଜନ ଧନ ଯୋଜନାରେ ମିଳିବ ୨ ଗୁଣା ଲାଭ
ନୂଆଦିଲ୍ଲୀ,୬/୯(ସକାଳଖବର): ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କେତେକ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ବ୍ୟବସ୍ଥାରେ ପରିବାର ପରିବର୍ତ୍ତେ ଏବେ ସବୁ ପ୍ରାପ୍ତ ବୟସ୍କଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ। ଗତକାଲି କ୍ୟାବିନେଟ୍‍ ବୈଠକ ପରେ ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କି, ଯେ ଏହି ଯୋଜନାରେ ଓଭରଡ୍ରାଫ୍ଟ ସୁବିଧାର ପରିମାଣକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଓଭର୍‍ଡ୍ରାଫ୍ଟ ପାଇବାର ବୟସ ସୀମା ୧୮ରୁ ୬୦ ପରିବର୍ତ୍ତେ ୧୮ରୁ ୬୫ ବର୍ଷ ରଖାଯାଇଛି। ସେହିଭଳି ରୁପେକାର୍ଡଧାରୀଙ୍କ ପାଇଁ ଦୁର୍ଘଟଣା ବୀମାରାଶି ୧ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଏହି ସ୍କିମର ଫୋକସ ପରିବାରର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଲୋନ ଉପରେ ଅଧିକ ଥିଲା କିନ୍ତୁ ଏବେ ଏହା ପ୍ରତ୍ୟକ ବ୍ୟକ୍ତିକୁ ଏହି ଯୋଜନା ଉପରେ ଯୋଡିବାକୁ କେନ୍ଦ୍ରିଭୂତ କରିବ ସୂଚନାଯୋଗ୍ୟ କି, ଜନ-ଧନ ଯୋଜନାରେ ଆରମ୍ଭ ୨୦୧୪ରେ କରାଯାଇଥିଲା । ଏହି ଯୋଜନା ଆଧାରରେ ଆପଣ କୌଣସୀ ବି ବ୍ୟାଙ୍କରୁ ଜାରୀ କରାଯାଇଥିବା ବାଲାନ୍ସ ଖାତା ଖୋଲି ପାରିବେ । ଏହା ଦ୍ୱରା ଆପଣକୌଣସୀ ପ୍ରକାରର ସର୍ବନିମ୍ନ ବାଲାନ୍ସ ଚାର୍ଜ ରଖିବାକୁ ବାଧ୍ୟ ନୁହଁନ୍ତି ।