ଆଉ ୨ଜଣ ବିଚାରପତି ଶପଥ ନେବା ପରେ ସମ୍ପୂର୍ଣ୍ଣ ହେଲା ସୁପ୍ରିମ୍‌ କୋର୍ଟ ବିଚାରପତି ସଂଖ୍ୟା

Feb 13, 2023 - 06:25
 43
ଆଉ ୨ଜଣ ବିଚାରପତି ଶପଥ ନେବା ପରେ ସମ୍ପୂର୍ଣ୍ଣ ହେଲା ସୁପ୍ରିମ୍‌ କୋର୍ଟ ବିଚାରପତି ସଂଖ୍ୟା
ନୂଆଦିଲ୍ଲୀ: ଆଜି ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ସୁପ୍ରିମ୍‌ କ‌ୋର୍ଟ‌ର ବିଚ‌ାରପତି ଭାବେ ଶପଥ ଗ୍ରହଣ କରିବା ପରେ ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍‌ କ‌ୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ନିୟମାନୁସାରେ, ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍‌ କୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ହେଉଛି ୩୪। ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ସୁପ୍ରିମ୍‌ କୋର୍ଟରେ ବିଚାରପତି ସଂଖ୍ୟା ପୂର୍ଣ୍ଣତା ହାସଲ କରିଛି। ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବା ପୂର୍ବରୁ ବିଚାରପତି ବିନ୍ଦଲ୍‌ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତି କୁମାର ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଫେବ୍ରୁଆରି ୧୦ ତାରିଖ ଦିନ କେନ୍ଦ୍ର ସରକାର ସେମାନଙ୍କ ନାମ ଅନୁମ‌ୋଦନ କରିଥିଲେ। ସୂଚନା‌ଯୋଗ୍ୟ, ଫେବ୍ରୁଆରି ୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ୫ଜଣ ବିଚାରପତି ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ। ସେମାନେ ହେଉଛନ୍ତି ବିଚାରପତି ପଙ୍କଜ ମିତଲ୍‌, ସଞ୍ଜୟ କାରୋଲ୍‌, ପି. ଭି. ସଞ୍ଜୟ କୁମାର, ଅଶାନୁଦ୍ଦୀନ ଅମନୁଲ୍ଲା ଏବଂ ମନୋଜ ମିଶ୍ରା।