ଦ୍ୱିତୀୟ ଦିନରେ ଆଇନଜୀବୀଙ୍କ ଆନେ୍ଦାଳନ, ଅଦାଲତ କାର୍ଯ୍ୟ ଅଚଳ

Aug 30, 2018 - 15:00
 164
ଦ୍ୱିତୀୟ ଦିନରେ ଆଇନଜୀବୀଙ୍କ ଆନେ୍ଦାଳନ, ଅଦାଲତ କାର୍ଯ୍ୟ ଅଚଳ
କଟକ,୩୦ା୮(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ବୁଧବାର ଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଥିବାବେଳେ ଆଜି ଦ୍ୱିତୀୟ ଦିନରେ ପହଞ୍ଚôଛି । ତେବେ ଏହି ଆନେ୍ଦାଳନ ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ୧.୩୦ମିନିଟରେ ସାଧାରଣ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଫଳରେ କୌଣସି ଅଦାଲତରେ ଶୁଣାଣି ହୋଇପାରିନାହି । ସୂଚନାଯୋଗ୍ୟ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏହାପରେ ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।