ଅମଲେକଗଂଜ ତୈଳ ପାଇପଲାଇନର କାର୍ଯ୍ୟର ପ୍ରଗତିର କଲେ ସମୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sep 29, 2018 - 17:44
 227
ଅମଲେକଗଂଜ ତୈଳ ପାଇପଲାଇନର କାର୍ଯ୍ୟର ପ୍ରଗତିର କଲେ ସମୀକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୯/୯ (ସକାଳଖବର):ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ନେପାଳ ଗସ୍ତର ଦ୍ୱିତୀୟ ଦିନରେ ନେପାଳ ଅଏଲ କର୍ପୋରେସନର ଅମଲେକଗଂଜ ଡିପୋ ପରିଦର୍ଶନ କରିଛନ୍ତି । ଏହି ପାଇପଲାଇନ ପ୍ରକଳ୍ପ କାମ ପୂରା ହେଲେ ପେଟ୍ରୋଲ, ଡିଜେଲ ଓ ଏଟିଏଫ ପାଇପଲାଇନ ଯୋଗେ ଏଠାକୁ ଆସିବ । ଏହା ବ୍ୟତୀତ ଶ୍ରୀ ପ୍ରଧାନ ଓ ନେପାଳର ବାଣିଜ୍ୟ, ଶିଳ୍ପ ଓ ଯୋଗାଣ ମବୀ ମାତ୍ରିକା ପ୍ରସାଦ ଯାଦବଙ୍କ ସହ ମୋତିହାରୀ- ଅମଲେକଗଂଜ ତୈଳ ପାଇପଲାଇନର କାର୍ଯ୍ୟର ପ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ପ୍ରଧାନ ଓ ଶ୍ରୀ ଯାଦବ ଭାରତରୁ ପାଇପଲାଇନ ଯୋଗେ ଉପôାଦ ଆସିବା ପରେ ତାକୁ ଗ୍ରହଣ କରିବା ପାଇଁ ନିର୍ମାଣ ହେବାକୁ ଥିବା ଟର୍ମିନାଲର ଭୂମି ପୂଜନ କରିଛନ୍ତି ।