ବାଣୀବିହାରରେ ନିର୍ବାଚନ ବାତିଲ

Sep 29, 2018 - 17:54
 173
ବାଣୀବିହାରରେ ନିର୍ବାଚନ ବାତିଲ
ଭୁବନେଶ୍ୱର,୨୯/୯ (ସକାଳଖବର):ଉକ୍ରଳ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । ବାଣୀବିହାର ପରିସର ଅଶାନ୍ତ ରହୁଥିବାରୁ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ଶନିବାର ଦିନ ବାଣୀବିହାରରେ ନିର୍ବାଚନ ହେବା ନହେବା ନେଇ ପିଜି କାଉନସିଲ ବୈଠକ ବସିଥିଲା । ବୈଠକରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବାକୁ ନିଷ୍ପତି ହୋଇଥିଲା । ଏ ନେଇ ଶନିବାର ପିଜି କାଉନସିଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଗତବର୍ଷ ମଧ୍ୟ ଛାତ୍ର ଅଶାନ୍ତି ଯୋଗୁଁ ନିର୍ବାଚନ ବାତିଲ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଶିକ୍ଷା ବର୍ଷ ଆରମ୍ଭରୁ କ୍ୟାମ୍ପସ୍ ରେ ଚାପା ଉତେଜନା ଲାଗି ରହିଥିଲା । କିଛି ଦିନ ପୂର୍ବେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ଚଳିତ ବର୍ଷ ତାର ପ୍ଲାଟିନମ୍ ଜୁବୁଲି ପାଳନ କରିବାକୁ ଯାଉଥିବା ରୁ କ୍ୟାମ୍ପସ୍ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଏହି ନିଷ୍ପତି ହୋଇଥିବା ଅନୁମାନ କରାଯାଉଛି ।