ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ସଂକ୍ରାନ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Sep 29, 2018 - 17:34
 192
ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ସଂକ୍ରାନ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଭୁବନେଶ୍ୱର,୨୯/୯ (ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୁନରୁତ୍ଥାନ ଲାଗି ଶିକ୍ଷା କ୍ଷେତ୍ରରେ ଏକାଡେମିକ ନେତୃତ୍ୱ ସଂକ୍ରାନ୍ତ ଏକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଯେତେବେଳେ କୌଣସି ପୁନରୁତ୍ଥାନ କିମ୍ବା ପୁନର୍ଜାଗରଣ ବିଷୟରେ ଚିନ୍ତା କରିଥାଏ ତ’ ପ୍ରଥମ ଚିତ୍ର ଯାହା ମନକୁ ଆସିଥାଏ, ତାହା ସ୍ୱାମୀ ବିବେକାନନ୍ଦଙ୍କର ହୋଇଥାଏ, ଯିଏ ବିଶ୍ୱ ସମ୍ମୁଖରେ ଭାରତୀୟ ବିଚାର ଶକ୍ତିକୁ ପ୍ରଦର୍ଶନ କରିଥିଲେ ।ଶିକ୍ଷା ତତ୍ତ୍ଵ ରୂପରେ ଆତ୍ମନିର୍ଭରଶୀଳତା, ଚରିତ୍ର ନିର୍ମାଣ ଏବଂ ମାନବୀୟ ମୂଲ୍ୟବୋଧ ଉପରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଗୁରୁତ୍ୱ ଦିଆଯିବାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଶିକ୍ଷା କ୍ଷେତ୍ରରେ ନବସୃଜନ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ଵ ହୋଇସାରିଛି । ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ବାବା ଭୀମରାଓ ଆମ୍ବେଦକର, ଦୀନଦୟାଲ ଉପାଧ୍ୟୟ ଏବଂ ଡ. ରାମମନୋହର ଲୋହିଆଙ୍କ ବିଚାର ବିଷୟରେ ମଧ୍ୟ ସ୍ମରଣ କରାଇଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଆଜି କୌଣସି ଦେଶ କିମ୍ବା ବ୍ୟକ୍ତି ଏକୁଟିଆ ହୋଇ ତିଷ୍ଠି ରହିପାରିବ ନାହିଁ । ସେ “ବିଶ୍ୱ ନାଗରିକ” କିମ୍ବା “ବିଶ୍ୱ ଗ୍ରାମ” ଦୃଷ୍ଟିରୁ ଚିନ୍ତା କରିବାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଯେଉଁ ଆହ୍ୱାନ ଆଜି ଆମ ସମ୍ମୁଖରେ ରହିଛି, ଏହାର ସମାଧାନ ଖୋଜିବା ଲାଗି ଆମର ବିଶ୍ୱବିଦ୍ୟାଳୟ କିମ୍ବା ଆମ ମହାବିଦ୍ୟାଳୟଗୁଡ଼ିକୁ ଲାଭ ଉଠାଇବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଆମକୁ “ସଂସ୍ଥାନଗୁଡ଼ିକରେ ଉଦ୍ଭାବନ ଏବଂ ବିକାଶକୁ ପ୍ରୋତ୍ସାହନ ଦେଉଥିବା ସ୍ଥିତିଗୁଡ଼ିକୁ ପରସ୍ପର ସହ ଯୋଡ଼ିବା”କୁ ହେବ । ସେ ଛାତ୍ରଛାତ୍ରୀଙ୍କୁ ନିଜ ଶ୍ରେଣୀର ଜ୍ଞାନକୁ ଦେଶର ଆକାଂକ୍ଷା ସହିତ ଯୋଡ଼ିବା ଲାଗି ଆହ୍ୱାନ କରିଥିଲେ । ସେ ଅଟଳ ନବୋନ୍ଵେଷ ପ୍ରୟୋଗଶାଳା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଛାତ୍ରଛାତ୍ରୀଙ୍କୁ ଉଦ୍ଭାବନ ଲାଗି ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିଷ୍ଠା କରାଯାଇଛି ।ସେ ଶିକ୍ଷାର ମୌଳିକ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ରାଜ୍ୟ-ଭିତ୍ତିଭୂମି ଏବଂ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର କାର୍ୟ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଚ୍ଚତର ଶିକ୍ଷା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ସମାଜ ପାଇଁ ଭଲ ଶିକ୍ଷକ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଡିଜିଟାଲ ସାକ୍ଷରତାର ପ୍ରସାର କରିବା ଏବଂ ସରକାରୀ କାର୍ୟ୍ୟକ୍ରମ ପାଇଁ ଅଧିକ ସଚେତନତା ସୃଷ୍ଟିର ଦାୟିତ୍ୱ ନେଇପାରିବ, ଯାହାଦ୍ୱାରା ଜୀବନର ସ୍ଥିତିରେ ଉନ୍ନତି ଆସିପାରିବ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକମାନେ “ବ୍ରାଣ୍ଡ ଇଣ୍ଡିଆ”କୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇଛନ୍ତି । ସେମାନେ ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାର ଉଦ୍ଦେଶ୍ୟ ଯୁବ ପ୍ରତିଭାର ବିକାଶ କରିବା ।