ସତ୍ୟ ସୁନ୍ଦର ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ନିଯୁକ୍ତ

Aug 28, 2018 - 19:34
 216
ସତ୍ୟ ସୁନ୍ଦର ତ୍ରିପାଠୀ  ଜାତିସଂଘର ସହକାରୀ ମହାସଚିବ ନିଯୁକ୍ତ
ଭୁବନେଶ୍ୱର,୨୮ ଅଗଷ୍ଟ - ଓଡିଶାର ବିକାଶ ଓ ପରିବେଶ ବିଶେଷଜ୍ଞ ସତ୍ୟ ସୁନ୍ଦର ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ନ୍ୟୁୟର୍କଠାରେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ମୁଖ୍ୟ ରହିବେ । ଗତକାଲି ଜାତିସଂଘ ମହାସଚିବ ଆେଂଟାନିଓ ଗ୍ଟ୍ରୋସଙ୍କ କାର୍ଯ୍ୟାଳୟରୁ ଏ ସଂପର୍କରେ ଘୋଷଣା କରାଯାଇଛି । ତ୍ରିନିଦାଦ୍ ଓ ଟୋବାଗୋର ଇଲିଓଟ୍ ହାରିଶ ପୂର୍ବରୁ ଏହି ପଦରେ ରହିଥିଲେ । ଶ୍ରୀ ତ୍ରିପାଠୀଙ୍କୁ ମିଶାଇ ଏବେ ଜାତିସଂଘରେ ୩ ଜଣ ଭାରତୀୟ ରହିଛନ୍ତି । ଏହି ପଦୋନ୍ନତି ପାଇଁ ଶ୍ରୀ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତୋକତର ଓ ଆଇନରେ ସ୍ନାତୋକତର ଡିଗ୍ରୀ ହାସଲ କରିଛନ୍ତି । ସେ ଜାତିସଂଘର ଉଚ୍ଚ ପଦବୀରେ ଅଧିଷ୍ଠିତ ତୃତୀୟ ଭାରତୀୟ ।୨୦୧୭ ମସିହାରୁ ସେ ୟୁଏନ୍ଇପିର ୨୦୩୦ ପାଇଁ କରାଯାଇଥିବା ସମନ୍ୱିତ ବିକାଶ ପାଇଁ ବରିଷ୍ଠ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ବରିଷ୍ଠ ଆଇନଜୀବୀ ଓ ଅର୍ଥନୀତିଜ୍ଞ ।୧୯୯୮ ମସିହାରୁ ସେ ଜାତିସଂଘ ସହ ଜଡିତ ଅଛନ୍ତି । ଏସିଆ, ଆଫ୍ରିକା ଓ ୟୁରୋପରେ ଜାତିସଂଘର ସହାୟତାରେ ହେଉଥିବା ବିଭିନ୍ନ ପ୍ରକଳ୍ପରେ କାମ କରିଛନ୍ତି । ଅ ।ଇନ ସହ ମାନବାଧିକାର ଓ ଗଣତାନ୍ତ୍ରିକ ସରକାର ଏପରି ବିଭିନ୍ନ ପ୍ରକଳ୍ପରେ ସେ ଜାତିସଂଘ ପାଇଁ କାମ କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକଶିତ ଦେଶରେ ଜଙ୍ଗଲକୁ ନଷ୍ଟ କରି ଅଙ୍ଗରକାମ୍ଳ ନିଗର୍ମନ ବୃଦ୍ଧି ହେଉଥିବାରୁ ଏଥିପାଇଁ ପୂର୍ବରୁ ଜାତିସଂଘର ସହାୟତାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ସୁନାମୀରେ ପ୍ରଳୟ ପରେ ହୋଇଥିବା ସହାୟତା କାର୍ଯ୍ୟ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ମୁଖ୍ୟ ଭାବେ ସେ ସଫଳତାର ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ସାଇପ୍ରସର ଏକତ୍ରି କରଣ ପାଇଁ ୨୦୦୪ରେ ହୋଇଥିବା ଆଲୋଚନା ବୈଠକ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।