ଅନୁଗୋଳ ଓକିଲ ସଂଘର ସାଧାରଣ ପରିଷଦ ବୈଠକ

Sep 11, 2018 - 17:48
 167
ଅନୁଗୋଳ,୧୧/୯ (ସକାଳଖବର):ଅନୁଗୋଳ ଓକିଲ ସଂଘର ସାଧାରଣ ପରିଷଦ ବୈଠକ ଆଜି ଦିନ ୧ ଘଟିକା ସମୟରେ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସର ସଂଘ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଦିଲ୍ଲିପ କୁମାର ଦାସ ସ୍ୱାଗତ ଭାଷଣ ଦେଇ ସଭ୍ୟ ମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେବା ସହିତ ଚଳିତ ମାସ ୧୮ ତାରିଖ ଦିନ ନିର୍ବାଚିତ ସଭ୍ୟ ମାନଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଥିବାରୁ ସଂଘ ଆଗାମୀ ୬ ମାସ ପାଇଁ ୨୦୧୯ ପର୍ଯ୍ୟନ୍ତ ଏହି କାର୍ଯ୍ୟନିର୍ବାହୀ ପରିଷଦ କାଯ୍ୟ କରିବ ସେଥିପାଇଁ ସଭ୍ୟମାନଙ୍କର ମତାମତ ଲୋଡ଼ିଥିଲେ । କୁଳମଣୀ ଗଡ଼ନାୟକ, ଭୂପେଶ ଚନ୍ଦ୍ର ପ୍ରଧାନ ଓ ବସନ୍ତ କୁମାର ଦାସ ପ୍ରମୁଖ ଗୋଟିଏ ବାର ଗୋଟିଏ ଭୋଟ ନିୟମ ଆଧାରରେ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିଦେ୍ର୍ଧଶନାମା ଅନୁସାରେ ଆଉ ୬ ମାସରୁ କମ୍ ସମୟ ଥିବାରୁ ପୁନର୍ବାର ନିର୍ବାଚନ ନକରି ନିର୍ବାଚିତ କାର୍ଯ୍ୟନିର୍ବାହୀ ପରିଷଦ ଆଗାମୀ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟକରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିରେ ୩୦୦ରୁ ଉଦ୍ଧ୍ୱର୍ ସଭ୍ୟ ଯୋଗ ଦେଇଥିଲେ । ସଂଘର ସଂପାଦକ ଜିତେନ୍ଦ୍ର କୁମାର ସାହୁ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନା କରିଥିଲେ । ଏଥିରେ ଉପସଭାପତି ମମତା ପଟ୍ଟନାୟକ, ସହ ସଂପାଦକ ଚୌଧୁରୀ ପ୍ରଧାନ ସାସ୍କୃତିକ ସଂପାଦକ ଅରବିନ୍ଦ ସାହୁ, କୋଷାଧ୍ୟକ୍ଷ କୁଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।